ବେଙ୍ଗାଲୁରୁରେ ଓଡ଼ିଆ ଯୁବକ ଆତ୍ମହତ୍ୟା ଘଟଣା: ମୃତ ଶତ୍ରୁଘ୍ନଙ୍କ ବେକ ଏବଂ ହାତରେ ରହିଛି କଟା ଦାଗ

Published By : Prameya-News7 Bureau | June 28, 2020 IST

କେନ୍ଦ୍ରପଡା୨୮/୬: ବେଙ୍ଗାଲୁରୁରେ ଓଡ଼ିଆ ଯୁବକ ଶତ୍ରୁଘ୍ନଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ମୃତ ଯୁବକଙ୍କ ହାତ ଏବଂ ବେକରେ କଟା ଦାଗ ରହିଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ୩ ଜଣ ଯୁବକଙ୍କ ନେଇ ପୋଲିସ୍‌ ପଚରଉଚାର ଜାର ରଖିଛି। ମାତ୍ର ବେକ ଓ ହାତରେ କଟା ଦେଖିବା ପରେ, ଏହା ଆତ୍ମହତ୍ୟା କି ହତ୍ୟା ଏ ନେଇ ପୋଲିସ୍ ଦୋଛକିରେ ପଡିଯାଇଛି। ଶତ୍ରୁଘ୍ନ କାହିଁକି ଆତ୍ମହତ୍ୟା, ପୂର୍ବରୁ ତାଙ୍କର କାହା ସହ ଶତ୍ରୁତା ଥିଲା କି, ଏହି ତମାମ ଘଟଣାର ଖୋଳତାଡ଼ କରୁଛି ପୋଲିସ୍‌।

ସୂଚନା ଅନୁସାରେ ବେଙ୍ଗାଲୁରୁ ସହରର ମାରାଥଲ୍ଲୀ ଅଂଚଳର ମୁନେକଲାଲା ଠାରେ କେନ୍ଦ୍ରାପଡା ଜିଲ୍ଲା ମୁଣ୍ଡାଇ ବ୍ଲକ ବିଲ ପୋଖରିଆପଡା ଗ୍ରାମର ଶତ୍ରୁଘ୍ନ ବଳଙ୍କ ଏକମାତ୍ର ପୁଅ ପ୍ରଭାତ ବଳ ଗତ ୨୬ ତାରିଖ ସନ୍ଧ୍ୟାରେ ନିଜ ଭଡାଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ପ୍ରଭାତର ବେକ ଓ ହାତରେ କଟା ଦାଗ ଥିବାରୁ ପୋଲିସ୍‌ ତାଙ୍କ ସହବାସୀ ଆଉ ୩ ଓଡ଼ିଆ ପିଲାଙ୍କୁ ପଚରାଉଚରା ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.