Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଲିଉଡରେ ଓଡ଼ିଆ ନିର୍ଦ୍ଦେଶିକା ଦେବମିତ୍ରା ବିଶ୍ବାଳଙ୍କ କମାଲ୍: ନଭେମ୍ବର ୧୫ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର “ମୋତିଚୁର୍ ଚାଖନାଚୁର୍”

ମୁମ୍ବାଇ୯|୧୧:  ଦିନଥିଲା ମୟନଗରୀ ମୁମ୍ବାଇ ଓଡ଼ିଆ ଯୁବକ ଯୁବତୀ ମାନଙ୍କ ପାଇଁ ଥିଲା ସ୍ବପ୍ନ। ବର୍ତମାନ ସମୟ ପରିବର୍ତନ ହେବା ସଂଗେ ସଂଗେ ମୟନଗରୀରେ ଓଡ଼ିଆ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଉପସ୍ଥିତହିଁ ଦର୍ଶାଉଛି ଯେ ଓଡ଼ିଆ ମାନେ ବଲିଉଡ ସିନେ ଜଗତରେ ମଧ୍ୟ ନିଜକୁ ପ୍ରତିଷ୍ଠା କରିବାରେ ଆଉ ପଛରେ ନାହାନ୍ତି।

କ୍ୟାମେରା ପରିଚାଲନା, ନିର୍ଦେଶନା, ଏଡିଟିଙ୍ଗ୍, ସିନେମା ପ୍ରଯୋଜନା ପ୍ରଭୃତି କ୍ଷେତ୍ରରେ ଆଗଧାଡ଼ିର ବ୍ୟକ୍ତି ହିସାବରେ ଓଡିଆମାନେ କାମକରୁଛନ୍ତି। ଜି ଆମେ ଭେଟିଥିଲୁ ଜଣେ ଓଡ଼ିଆ ମହିଳା ହିନ୍ଦୀ ଚଳଚିତ୍ର ନିର୍ଦେଶିକା ଙ୍କୁ, ସେ  ହେଉଛି ଶ୍ରୀମତୀ ଦେବମିତ୍ରା ବିଶ୍ବାଳ।

ଆଗାମୀ ନଭେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ହିନ୍ଦୀ ଚଳଚିତ୍ର “ମୋତିଚୁର୍ ଚାଖନାଚୁର୍” ର ନିର୍ଦେଶନା ଭାର୍ ସମ୍ଭାଳିଛନ୍ତି ଦେବମିତ୍ରା ବିଶ୍ୱାଳ।

ଦେବମିତ୍ରାଙ୍କ ଘର ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତୁଳସୀଡିଆଁ ଗାଁରେ । ପିତା ଦିବାକର ବିଶ୍ବାଳ ଏବଂ ମାତା ରେଣୁବାଳା ବିଶ୍ବାଳଙ୍କ ସେ ସୁପୁତ୍ରୀ।

ଛୋଟ ବେଳୁ ଚଳଚିତ୍ରରେ ଋଚି ରଖିଥିବା ଦେବମିତ୍ରା ଭୁବନେଶ୍ବରରେ ପାଠ ପଢା ସାରି ୨୦୦୩ ମସିହାରେ ନିଜର ବୃତି ଅନ୍ବେଷଣ ରେ ପହଂଞ୍ଚିଥିଲେ ମୁମ୍ବାଇରେ।

ମୁମ୍ବାଇ ମାୟାନଗରୀରେ କେହି ଗଡ଼ ଫାଦର୍ ନଥିବାରୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ଦେବମିତ୍ରାଙ୍କୁ। ତାପରେ ସେ ପ୍ରଥମେ ବାଲାଜି ଟେଲିଫିଲ୍ମରେ କାମକରିବାର ସୁଯୋଗ ପାଇଥିଲେ। 

ନୱାଜୁଦିନ୍ ସିଦିକି , ନବ୍ନୀ ପ୍ରଭାକର୍, କରୁଣା ପାଣ୍ଡେ ଭଳି ଆଗଧାଡ଼ିର କଳାକାରଙ୍କୁ ନିର୍ଦେଶନା ଦେଇଥିବାରୁ ବହୁତ ଖୁସି ଅନୁଭବ କରନ୍ତି ଦେବମିତ୍ରା।

କଳାକାର ମାନେ ମଧ୍ୟ ଦେବମିତ୍ରଙ୍କୁ ଜଣେ ଅଭିଜ୍ଞ ନିର୍ଦେଶକର ଆଖ୍ୟା ଦେଇଛନ୍ତି।ମୁମ୍ବାଇର ବଲିଉଡ ସିନେ ଜଗତରେ ଓଡ଼ିଆ ମାନଙ୍କର ଉପସ୍ଥିତହିଁ ଓଡିଶାର ସିନେମା ଜଗତ ଲାଗି ମଧ୍ୟ ଶୁଭସଙ୍କେତ ବୋଲି ।

538 Views

   ସମ୍ବନ୍ଧିତ ଖବର