ବକୁଳବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ; ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି
17/09/2018 at 4:44 PM

ଭୁବନେଶ୍ୱର ୧୭/୯ : ପଞ୍ଚସଖାଙ୍କ କର୍ମଭୂମି ବକୁଳବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱ ବିଦ୍ୟାଳୟ | ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି | ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବକୁଳବନ ପରିସରରିୟା ଗୋଟିଏ ବି ଗଛ କଟାଯିବନି | ପରିବେଶ ଓ ଐତିହ୍ୟ ଉଭୟଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ କରାଯିବ | ପ୍ରାରମ୍ଭିକ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି | ଅସ୍ଥାୟୀ କାର୍ଯ୍ୟାଳୟ, ସତ୍ୟବାଦୀ ପାନ୍ଥନିବାସରେ କାର୍ଯ୍ୟ କରିବ | ବିଶ୍ୱ ବିଦ୍ୟାଳୟ ପାଇଁ ଖୁବ ଶୀଘ୍ର ଓଏସଡି ନିଯୁକ୍ତ ହେବେ | ବଳି ପଥରରେ ଏକ ମହଲା କୋଠାରେ ହେବ ବିଶ୍ୱ ବିଦ୍ୟାଳୟ | ବକଳୁ ବନ ପରିସରରେ ଓଡିଆ ବିଶ୍ବବିଦ୍ୟାଳୟ ନିର୍ମାଣ ହେଲା ବେଳେ ଗୋଟିଏ ଗଛ ବି କଟା ଯିବନି। ଘନ ଜଙ୍ଗଲ ପରିବେଶ ଏବଂ ଏୗତିହ୍ୟ ଉଭୟକୁ ଦୃଷ୍ଟି ରଖି ନିର୍ମାଣ କରାଯିବ।
ଏଥିପାଇଁ ଚଳିତ ବର୍ଷ ରାଜ୍ୟସରକାର ୧୦ କୋଟି ଟଙ୍କ ବ୍ୟୟ ବରାଦ କରିଛନ୍ତି। କୁଳପତି ଏବଂ ରେଜିଷ୍ଟାର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏହି ଓଡିଶା ବିଶ୍ବବିଦ୍ୟାଳୟରେ ଉପାଧ୍ୟୁତ୍ତର ଶିକ୍ଷାଠାରୁ ଆରମ୍ଭ କରି ଏମଫିଲ, ପିଏଚଡି ଏବଂ ଓଡିଆ ଭାଷାରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବ। ସରାକରଙ୍କ ଏଭଳି ପରିକଳ୍ପନାକୁ ସ୍ବଗତ ଜଣାଇଛନ୍ତି ସତ୍ୟବାଦୀ ବାସୀ। ଏପଟେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ଏପ୍ରସଙ୍ଗ ଉଠାଇଥିଲେ ବିରୋଧୀଦଳ ନେତା ନରସିଂହ ମିଶ୍ର । ସତ୍ୟବାଦୀରେ ଓଡିଆ ବିଶ୍ବବିଦ୍ୟାଳୟ ହେଲେ ଗୋପବନ୍ଧୁଙ୍କ ଖ୍ୟାତି କମିବ। ବକୁଳବନକୁ ମଧ୍ୟ ଲୋକେ ଭୁଲିଯିବେ କହିଛନ୍ତି ବିରୋଧୀ ଦଳ ନେତା।
ବକଳୁ ବନ ଶିକ୍ଷା କ୍ଷେତ୍ରରେ ଆର୍ଦଶ ପୀଠ ଭାବେ ପସିଦ୍ଧି ଲାଭ କରିଥିଲା।ଉତ୍କଳମଣି ପଣ୍ତିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର,ପଣ୍ତିତ ନିଳକଣ୍ଠ ,ପଣ୍ତିତଗୋଦାବରୀଶ ଓ ପଣ୍ତିତ କୃପାସିନ୍ଧୁଙ୍କ ମଣିଷ ତିଆରି କରାଖାନା ଥିଲା ବକୁଳ ବନ।