ଜମି ଅଧିଗ୍ରହଣ ହୋଇପାରୁନି କି ଆରମ୍ଭ ହୋଇପାରୁନି ରାଜ୍ୟବାସୀଙ୍କ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟ

Published By : Prameya-News7 Bureau | September 15, 2019 IST

ଭୁବନେଶ୍ବର ୧୫|୯: ଅଧିଗ୍ରହଣ ହୋଇପାରୁନି କି ଆରମ୍ଭ ହୋଇପାରୁନି ରାଜ୍ୟବାସୀଙ୍କ ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ବବିଦ୍ୟାଳୟ | ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରାୟ ବର୍ଷେ ତଳେ ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳବନ ନିକଟରେ ହୋଇଥିଲା ଶିଳାନ୍ୟାସ | ଆଉ ଆଜି ଯାଏ କାମ ସେହି ଶିଳାନ୍ୟାସରେ ଅଟକି ଯାଇଛି |  

{"id":158166}

ଏହାର କାରଣ ଖୋଜୁ ଖୋଜୁ ଜଣାପଡ଼ିଛି, ଜମି ପାଖରେ ଅଟକିଛି ସବୁ କଥା | ମାନେ ପ୍ରଥମେ ଦେବୋତ୍ତର ବିଭାଗଠାରୁ ଗୋପିନାଥ ଜୀଊଙ୍କ ୨୮ ଏକର ଜମି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି କଥା ଫାଇନାଲ ହୋଇଥିଲା | ହେଲେ ଦେବୋତ୍ତର ବିଭାଗ ଦାବି କରିଥିବା ୩୦ କୋଟି ଟଙ୍କା ପୈଠ କରାଯାଇ ନ ଥିଲା |  ଏବେ ୨ ବିଭାଗର ଟଣାଓଟରା ଭିତରେ, ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ୨୮ ଏକର ନୁହେଁ ମାତ୍ର ୯ ଏକର ଜମିରେ ହେବ ବିଶ୍ବବିଦ୍ୟାଳୟ କାମ |  ୩୦ କୋଟି ନୁହେଁ ୧୧ କୋଟି ଟଙ୍କାରେ ଜମି ନିଆଯିବ |

{"id":158167}

ଓଡ଼ିଆ ବିଶ୍ବବିଦ୍ୟାଳୟର ପରିଚାଳନା ଉଚ୍ଚ ଶିକ୍ଷା ବିଭାଗ ନିଜ ହାତରୁ ଖସାଇ ସଂସ୍କୃତି ବିଭାଗକୁ ଦେବାକୁ ଚାହୁଁଥିବା ଖବରକୁ ବି ଖଣ୍ଡନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ | ସେପଟେ କାମ ବିଳମ୍ବକୁ ନେଇ ସାଧାରଣରେ କ୍ଷୋଭ ସୃଷ୍ଟି ହୋଇଛି |  ବିରୋଧୀ ବି ସରକାରଙ୍କ ଉପରେ ଲଗାଇଛନ୍ତି ଇଚ୍ଛାଶକ୍ତି ଅଭାବର ଆରୋପ |

{"id":158168}

ପଞ୍ଚସଖାଙ୍କ ସାଧନାସ୍ଥଳ ବକୁଳବନରେ ଓଡ଼ିଆ ଭାଷାକୁ ନେଇ ଏକ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଥିଲା | ନ୍ୟୁଜ7 ମଧ୍ୟ ଏ ପ୍ରସଙ୍ଗରେ ବାରମ୍ବାର ଖବର ପ୍ରସାରଣ କରଥିଲା | ତେବେ ଶିଳାନ୍ୟାସ କରି ଯେମିତି ସରକାର ଏକଥାକୁ ଭୁଲି ଗଲେ | ଏପରିକି ଅସ୍ଥାୟୀ କ୍ୟାମ୍ପସରେ ଚଳିତ ବର୍ଷରୁ ପାଠ ପଢା ନେଇ ହୋଇଥିବା ଘୋଷଣା ବି କାର୍ଯ୍ୟକାରୀ ହେଲା ନାହିଁ |

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.