Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଓଡିଶା ପାଇଁ ଗୌରବମୟ ମୁହୂର୍ତ୍ତ, ଦୁଇ ଓଡିଆଙ୍କ ବେକରେ ଝୁଲିଲା ପ୍ରଥମ ହକି ଅଲିମ୍ପିକ୍ସ ମେଡାଲ୍

5/08/2021 at 10:47 PM

ଭୁବନେଶ୍ୱର/ ସୁନ୍ଦରଗଡ଼ ୦୮।୦୫: ପ୍ରଥମ ଓଡିଆଙ୍କୁ ମିଳିଛି ଅଲିମ୍ପିକସ୍ ହକି ମେଡାଲ । ଓଡିଶା ପାଇଁ ଗୌରବମୟ ମୁହୂର୍ତ୍ତ । ଟୋକିଓରେ ଭାରତର ଟେକ ରଖିଛି ପୁରୁଷ ହକି ଦଳ। ଐତିହାସିକ ମୁହୂର୍ତ୍ତରେ ସାକ୍ଷୀ ପାଲଟିଛି ସାରା ଦେଶ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ଏହି ବିଜୟ ପଛରେ ରହିଛି ଦୁଇ ଓଡିଆ ଡିଫେଣ୍ଡର- ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ବଡ଼ ଭୂମିକା । ହକିରେ ଏହା କେବଳ ଦେଶ ପାଇଁ ୪୧ବର୍ଷର ମେଡାଲ ମରୁଡି ଦୂର କରିନାହିଁ, ପ୍ରଥମଥର ପାଇଁ ଦୁଇ ଓଡିଆଙ୍କୁ ମିଳିଛି ହକି ଅଲିମ୍ପିକସ୍ ମେଡାଲ ।

ଖବର ଅନୁଯାୟୀ, ଦୁଇ ଓଡିଆଙ୍କ ଗଳାରେ ଝୁଲିଲା ପ୍ରଥମ ହକି ମେଡାଲ୍ । ଭାରତୀୟ ହକି ଟିମ୍‌ରେ ଓଡିଆ ହକି ଖେଳାଳିଙ୍କ ବଡ଼ ଭୂମିକା ରହି ଆସିଛି । ତେବେ ଟୋକିଓରେ ପ୍ରଥମଥର ପାଇଁ କୌଣସି ଓଡିଆ ହକି ଖେଳାଳିଙ୍କୁ ପଦକ ହାସଲ କରିବାର ଗୌରବ ମିଳିଛି । ଟୋକିଓ ଅଲିମ୍ପିକସ୍ ରେ ଚମକିଛି ଭାରତୀୟ ପୁରୁଷ ହକି ଟିମ୍‌ । ଅଲିମ୍ପିକସ୍ ମେଡାଲ ପାଇଁ ଗତ ୪୧ ବର୍ଷ ଧରି ଥିବା ଲମ୍ବା ଅପେକ୍ଷାର ଅନ୍ତ ହୋଇଛି । ଶକ୍ତିଶାଳୀ ଜର୍ମାନକୁ ହରାଇ ଭାରତୀୟ ଟିମ୍ ହାସଲ କରିଛି ବ୍ରୋଞ୍ଜ । ଯେଉଁ ମୁହୂର୍ତ୍ତ ପାଇଁ ସାରା ଦେଶ ଅପେକ୍ଷା କରିଥିଲା, ସେହି ସଫଳତାର କାହାଣୀ ପଛରେ ରହିଛି ଦୁଇ ଓଡିଆଙ୍କ ଯାଦୁକରୀ ହାତ। ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ୍ ।  ହକିର ଗଡ ସୁନ୍ଦରଗଡର ଏହି ଦୁଇ ଡିଫେଣ୍ଡର, ଭାରତୀୟ ଟିମ୍‌କୁ ପ୍ରତିପକ୍ଷ ପାଇଁ ଅଭେଦ୍ୟ ବନାଇ ଦେଇଥିଲେ । ବୀରେନ୍ଦ୍ର ଲାକ୍ରାଙ୍କର ଏହା ଥିଲା ଦ୍ବିତୀୟ ଅଲିମ୍ପିକସ୍ ଏବଂ ଅମିତ ରୋହିଦାସଙ୍କର ପ୍ରଥମ ଅଲିମ୍ପିକସ୍ । ବ୍ରୋଞ୍ଜ ବିଜୟ ପରେ ଦୁଇ ଓଡିଆଙ୍କୁ ମିଳିଛି ସାବାସୀ ଏବଂ ଶୁଭେଚ୍ଛା ।    

ତେବେ ପ୍ରଥମ ଓଡିଆ ଏବଂ ପ୍ରଥମ ଓଡିଆ ହକି ତାରକା ଭାବରେ ଦିଲ୍ଲୀପ ତିର୍କୀ ୧୯୯୬ ଆଟାଲାଣ୍ଟାରେ ଖେଳିଥିଲେ । ଏହାପରେ ଭାରତୀୟ ଅଲିମ୍ପିକ ଟିମ୍‌ରେ ଲାଜରୁସ୍ ବାର୍ଲା, ୱିଲିୟମ୍ ଖାଲକୋ, ଇଗ୍ନେଶ ତିର୍କୀଙ୍କ ଭଳି ହକି ତାରକା ଦେଶ ପାଇଁ ଖେଳିଥିଲେ । ଏହି ଧାରାକୁ ଆହୁରି ଆଗକୁ ନେଇ ବୀରେନ୍ଦ୍ର ଏବଂ ଅମିତ ଓଡିଶା ହକି ପାଇଁ ଲେଖିଛନ୍ତି ସ୍ବର୍ଣିମ ଇତିହାସ । ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପରିବାରରେ ଖୁସିର ଲହର ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ ପରିବାର ସହ କଥା ହୋଇ ବଧାଇ ଜଣାଇଛନ୍ତି ।  ଅମିତଙ୍କ ମାଆ କହିଛନ୍ତି, ଦେଶ ପାଇଁ ପୁଅ ଗର୍ବ ଆଣିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସାକାର ହୋଇଛି । ସେପଟେ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲରେ ସେଲିବ୍ରେସନ୍ ହୋଇଛି । ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଓଡିଶା ପାଇଁ ପ୍ରାଇଡ୍ ମୁମେଣ୍ଟସ୍ ଆଣିବା ସହ ଯୁବ ଖେଳାଳିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

   Related Posts