ଓଡିଶାର ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ଛତିଶଗଡ ସ୍କୁଲରେ ପାଠ ପଢୁଛନ୍ତି ଓଡିଆ ପିଲା

Published By : Prameya-News7 Bureau | January 27, 2020 IST

ନବରଙ୍ଗପୁର ୨୭।୦୧ - ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କର କେତେ କଣ ଯେ।ଜନା । କିନ୍ତୁ ଅଭିଯୋଗ ଆସିଛି ଯେ ଅସାଧୁ ଅଫିସର ଓ କର୍ମଚାରୀଙ୍କ ଯେ।ଗୁଁ ଯୋଜନାର ସୁଫଳ ପାଉନାହାନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଯାହାର ଏକ ଉଦ୍ଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ସୀମାନ୍ତବର୍ତ୍ତୀ ଅଞ୍ଚଳରେ । ଓଡିଶାର ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ଛତିଶଗଡ ସ୍କୁଲରେ ପାଠ ପଢୁଛନ୍ତି ଓଡିଆ ପିଲା ।

ଓଡିଶାରେ ଛାତ୍ରଛାତ୍ରୀଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି, ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ଭତ୍ତା, ମାଗଣା ପୁସ୍ତକ ସାଇକେଲ ପ୍ରଦାନ ଭଳି ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ବ୍ୟବସ୍ଥା ସତ୍ବେ ଓଡିଶା ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଉଛନ୍ତି ପିଲା । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଛତିଶଗଡ ସୀମାନ୍ତବର୍ତ୍ତି ଅଞ୍ଚଳର ୧୫ରୁ ଅଧିକ ପିଲା ଏବେ ଛତିଶଗଡ଼ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭରଶୀଳ । ଓଡିଶାରେ ଠିକରେ ମଧ୍ୟାହ୍ନ ଭେ।ଜନ ମିଳୁନଥିବା ବେଳେ ପାଠ୍ୟପୁସ୍ତକ ଓ ବୃତ୍ତି ପ୍ରଦାନରେ ଅବହେଳା କରାଯାଉଛି ।ଏହାର ତୁଳନାରେ ଛତିଶଗଡର ଶିକ୍ଷା ବ୍ୟବସ୍ଥା ଉନ୍ନତମାନର ଓ ସେମାନଙ୍କ ଶିକ୍ଷାଦାନ ଶୈଳୀ ଭଲ ବେ।ଲି କହିଛନ୍ତି ଛାତ୍ରଛାତ୍ରୀ ।

କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଓଡିଶା ସୀମାନ୍ତରେ ବସବାସ କରୁଥିବା ମୁରିଆ ସମ୍ପ୍ରଦାୟକୁ ଓଡିଶା ସରକାର ଅବହେଳା କରୁଥିବା ଅଭିଯେ।ଗ ହେ।ଇଛି । ଓଡିଶାରେ ସେମାନଙ୍କୁ କୌଣସି ସୁବିଧା ସୁଯେ।ଗ ମିଳୁନଥିବା ବେଳେ ଛତିଶଗଡ଼ରେ ଆଦିବାସୀ ବର୍ଗର ମାନ୍ୟତା ପ୍ରଦାନକରାଯାଇ ଆଦିବାସୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଅନ୍ୟପଟେ ଚିରାଚରିତ ଉତ୍ତର ରଖିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.