ଫେସବୁକ୍‌ର ବିକଳ୍ପ ଆପ୍ ରାଉଟର, ୧୪ ବର୍ଷର ଓଡିଆ ନାବାଳକ ୧୩ଟି ଭାଷାରେ କଲେ ପ୍ରସ୍ତୁତ

Published By : Prameya-News7 Bureau | July 13, 2021 IST

ସମ୍ବଲପୁର ୧୩।୦୭: ଛୋଟ ବୟସରେ ବଡ଼ କାମ । ନବମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷର ନାବାଳକ ୧୩ଟି ଭାଷାରେ ତିଆରି କଲେ ଫେସବୁକ୍‌ର ବିକଳ୍ପ ଆପ୍ ରାଉଟର । ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପଠାଇ ଚର୍ଚ୍ଚାରେ ସମ୍ବଲପୁର ନାକଟିଦେଉଳ କୁଡାନାଳିର ଆୟୁଷ ରଂଜନ ରାଉତ ।

{"id":479723,"sizeSlug":"large","linkDestination":"none"}

ସମ୍ବଲପୁର ନାକଟିଦେଉଳ କୁଡାନାଳିର ଆୟୁଷ ରଂଜନ ରାଉତ । ବୟସ ମାତ୍ର ୧୪ । ନବମ ଶ୍ରେଣୀରେ ପଢନ୍ତି । ଗତ ବର୍ଷ ଲକ଼ଡାଉନ ସମୟରେ ଆୟୁଷ ନିର୍ମାଣ କରିଥିଲେ ଦେଶୀ ଫେସବୁକ୍ ଆପ 'ରାଉଟର' ଓ ଟିକଟକ୍ ଆପ 'ରଙ୍ଗିଲା' | ରାଉଟରକୁ ୧୩ଟି ଭାଷାରେ ଡେଭଲପ କରିଛନ୍ତି ସେ । ଓଡିଆ, ବଙ୍ଗଳା, ଗୁଜରାଟି, ମରାଠି, ଇଂରାଜୀ, କନ୍ନଡ ପରି ୧୩ଟି ଭାଷାରେ ରାଉଟର ଆପକୁ ତିଆରି କରିଛନ୍ତି ଆୟୁଷ | ଫେସବୁକ ଠୁ ଆହୁରି ଭଲ ଭଲ ଫିଚର ଏଥିରେ ରହିଥିବା ଦାବି କରିଛନ୍ତି ଆୟୁଷ । ଏହାର ଲୋକାର୍ପଣ ପାଇଁ ସାଂସଦ ନୀତେଶ ଗଙ୍ଗଦେବଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଆୟୁଷ ।

ପୁଅର ସଫଳତାରେ ବାପା-ମାଆଙ୍କ ଖୁସି କହିଲେ ନସରେ । ଆୟୁଷ ନିଜ ଇନୋଭେସନ ପାଇଁ ଯାହା କିଛି ଦରକାର କରନ୍ତି ବାପା-ମାଆ ନିଜ ସାମର୍ଥ୍ୟ ହିସାବରେ ସବୁ ଯୋଗାଇବା ସହ ପୁଅକୁ ପୂର୍ଣ୍ଣ ସମର୍ଥନ କରନ୍ତି । ଭର୍ଚୁଆଲ ମାଧ୍ୟମରେ ପୁଅ ଡେଭଲପ୍ କରିଥିବା ଆପ୍ ଉଦଘା଼ଟନ ପାଇଁ ପ୍ରଧାନମନ୍ତ୍ରୀ ଅନୁମତି ଦେବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି | ଏପର୍ଯ୍ୟନ୍ତ ଆୟୁଷ ୧୫ଟି ୱେବ ସାଇଟ ନିର୍ମାଣ କରିସାରିଲେଣି । ଆଗକୁ ଆଇଏଏସ ଅଫିସର ହେବା ଲକ୍ଷ୍ୟ ରଖିଛନ୍ତି ଏହି ସଫ୍ଟୱେର ଇଂଜିନିୟର ।

wp:html /wp:html



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.