ବିଶାଖାପାଟଣାରେ ପୁଣି ଜଣେ ଓଡ଼ିଆ ଛାତ୍ରର ରହସ୍ୟଜନକ ମୃତ୍ୟୁ

Published By : Prameya-News7 Bureau | December 01, 2019 IST

ବିଶାଖାପାଟାଣା ୦୧।୧୨-  ବିଶାଖାପାଟଣାର ଜୁନିୟର କଲେଜରେ ପାଠ ପଢ଼ିବାକୁ ଯାଉଥିବା ପୁଣି ଜଣେ ଓଡ଼ିଆ ଛାତ୍ରର ରହସ୍ୟଜନକ ମୃତ୍ୟୁ।  ବିଶାଖାପାଟଣା ନିକଟସ୍ଥ ବୋୟାପୋଲମରେ ଥିବା ଶଶୀ ଜୁନିୟର କଲେଜରେ ପଢୁଥିବା ଏହି ଓଡ଼ିଆ ଛାତ୍ରଙ୍କର ଆଜି ସକାଳେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ଏହି ଛାତ୍ର ହେଲେ ୟାରନାଗୁଲା କାର୍ତ୍ତିକ। ତାଙ୍କ ଘର ଗଜପତିର ପାରଳାଖେମୁଣ୍ଡିରେ। ବୟସ ୧୬ ବର୍ଷ । ଶଶୀ ରେସିଡେନସିଆଲ କଲେଜରେ ସେ ଇଣ୍ଟରମେଡ଼ିଏଟରେ ପଢୁଥିଲେ। । ତେବେ କାର୍ତ୍ତିକ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ରାଗିଂ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି କି ଏ ପ୍ରଶ୍ନ ମଧ୍ୟ ଉଠିଛି।

 ସେପଟେ ତାଙ୍କୁ ହତ୍ୟା କରାଯାଇଥିବା ନେଇ  ସନ୍ଦେହ ମଧ୍ୟ କରାଯାଉଛି। ଆଜି ସକାଳେ ୫ ମହଲା ହଷ୍ଟେଲ ତଳେ ସେ ପଡ଼ିଥିବାର ଦେଖାଯାଇଥିଲା।  ତେବେ ସେତେବେଳେ ସେ ଜୀବିତ ଥିଲେ। ତୁରନ୍ତ ତାଙ୍କୁ ନିକସ୍ଥ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।  କଲେଜ କର୍ତ୍ତୃପକ୍ଷ କାର୍ତ୍ତିକଙ୍କ ବାପା ନରସିଂହା ରାଓଙ୍କୁ ଏ ବିଷୟରେ ଫୋନ କରି ଜଣାଇଥିଲେ। ଘଟଣା ସଂପର୍କରେ ଖବର ପାଇ ପୋଲିସ ମଧ୍ୟ କଲେଜରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରହସ୍ୟଜନକ ଭାବେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି।

ପୋଲିସ କାର୍ତ୍ତିକଙ୍କ ରୁମ୍ ମେଟ ଓ ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚୁରା କରିଛି।  ସେହିପରି ହଷ୍ଟେଲରେ ସିସିଟିଭି ଥିଲା କି ନାହିଁ ଏନେଇ ମଧ୍ୟ ପୋଲିସ ତାର ଅନୁଧ୍ୟାନ ଆରମ୍ଭ କରିଛି। ତେବେ କାର୍ତ୍ତିକଙ୍କ ସାଙ୍ଗମାନେଏ ସଂପର୍କରେ ପୋଲିସକୁ କିଛି ବିଶେଷ ତଥ୍ୟ ଦେଉନଥିବାରୁ ଘଟଣାକୁ ନେଇ ସନ୍ଦେହ ଉପୁଜିଛି। 

୨୦୧୮ ଜାନୁଆରୀରେ ମଧ୍ୟ ସମାନ ଘଟଣାକ୍ରମେ ସମ୍ବଲପୁରର ଶ୍ରେୟସ କେଶରୱାନି ନାମକ ଏକ ଛାତ୍ରର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା। ୧୬ ବର୍ଷର ଶ୍ରେୟସ ଶ୍ରୀଚୈତନ୍ୟ ରେସିଡେନ୍ ସିଆଲ କଲେଜରେ ରହି ପାଠ ପଢୁଥିଲେ। ରାଗିଂ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସେତେବେଳେ ଅଭିଯୋଗ ହୋଇଥିଲା।

ଏବେ ଶଶୀ  ରେସିଡେନ୍ ସିଆଲ କଲେଜ ଛାତ୍ରଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି।  ତେବେ ରେସିଡେନ୍ ସିଆଲ କଲେଜରେ ଛାତ୍ରଙ୍କ ମୃତ୍ୟୁକନେଇ ବାରମ୍ବାର ଅଭିଯୋଗ ଆସିବାରେ ଲାଗିଛି। ଯେଉଁଥିରେ ଏକାଧିକ କାରଣକୁ ନେଇ ସନ୍ଦେହ କରାଯାଉଛି। ପାଠର ଅତ୍ୟଧିକ ଚାପ ସହିନପାରି ଛାତ୍ରମାନେ ଆତ୍ମହତ୍ୟା କରୁଛନ୍ତି କି? ୨ରେ ରାଗିଁ ପାଇଁ ଛାତ୍ରଙ୍କ ମୃତ୍ୟୁ ହେଉଛି କି ? ନାଁ ଏଥିରେ କିଛି ଅନ୍ୟ କାରଣ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ କାର୍ତ୍ତିକଙ୍କ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.