Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ବେଙ୍ଗଳୁରୁ ଷ୍ଟେସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ଆକ୍ରମଣ: ପ୍ରତିବାଦ କରିବାରୁ ଠୁଂକି ଦେଲେ ଜେଲରେ, ଜାଣନ୍ତୁ ପୁରା ଘଟଣା

9/11/2018 at 5:21 PM

ଭୁବନେଶ୍ବର ୯|୧୧: ବେଙ୍ଗଳୁରୁ ଷ୍ଟେସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ଆକ୍ରମଣ ଅଭିଯୋଗ।  ଟ୍ରେନକୁ ଅପେକ୍ଷା କରିଥିବା ଏହି ଛାତ୍ରଛାତ୍ରୀମାନଙ୍କୁ ରେଳ କର୍ମଚାରୀ ଓ ପୋଲିସ ଅକଥନୀୟ ମାଡ଼ ମାରିବା ସହିତ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଥିଲା ଗତ ୫ ତାରିଖରେ। ସେବେଠାରୁ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀ ଆଜି ସେଠାରୁ ମୁକ୍ତି ପାଇ ଓଡିଶା ଫେରିଛନ୍ତି।

ବେଙ୍ଗଳୁରୁ ଷ୍ଟେସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅକଥନୀୟ ନିର୍ଯାତନା।  ସେ ସମୟରେ ଡରି ଡରି ସୁଟିଂ କରିଥିବା ଭିଜୁଆଲ କିଛି ଛାତ୍ରୀ ନିଜ ମୋବାଇଲରେ ରଖିଛନ୍ତି। ଗୋଟିଏ ଘରେ ପୂରେଇ ଦେଇ ଛାତ୍ରଛାତ୍ରୀଙ୍କୁ ରେଳ କର୍ମଚାରୀ ମାଡ଼ ମାରିଥିଲେ। ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ଏପରିକି ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଛାତ୍ରଛାତ୍ରୀମାନେ ଜିଆରିପିରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରାଯାଇଥିଲା। ବାଧ୍ୟ ହୋଇ ଘରକୁ ଫେରି ସେମାନେ ଏଠାରେ ଖୋର୍ଦ୍ଧା ପୋଲିସ ନିକଟରେ ଏତଲା ଦେଇଛନ୍ତି।

ଘଟଣା ଘଟିଥିଲା ଗତ ୫ ତାରିଖରେ। ୧ରୁ ୪ ତାରିଖ ସ୍କାଉଟ କ୍ୟାମ୍ପରେ ଯୋଗ ଦେବା ପରେ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଘରକୁ ଫେରୁଥିଲେ। ପ୍ରଶାନ୍ତି ଏକ୍ସପ୍ରେସକୁ ଅପେକ୍ଷା କରି  ପ୍ଲାଟଫର୍ମରେ ଛାତ୍ରୀମାନେ ଠିଆ ହୋଇଲେ ଓ ଷ୍ଟେସନ ବାହାରକୁ ମିଲ୍‌ସ ପାଇଁ ଯାଇଥିଲେ ଛାତ୍ରମାନେ। ଏହି ସମୟରେ ଟିକେଟ ଚେକ୍‌ କରିବାକୁ ଆସିଥିଲେ ଟିଟିଇ । ପୂର୍ବରୁ କିଛି ଯାତ୍ରୀଙ୍କ ସହିତ ତୁ ତୁ ମେମେ କରିଥିବା  ଟିଟିଇ ଛାତ୍ରଛାତ୍ରୀଙ୍କୁ ନାନାଦି ଗାଳିଗୁଲଜ କରିଥିଲେ। ଏପରିକି ରେଲୱେ ପୋଲିସ ଓ କିଛି କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଘରେ ପୂରେଇ ନିର୍ଯାତନା ଦେଇଥିଲେ। ଏହାପରେ ଏତଲା ଦେଇ କିଛି ଛାତ୍ରଙ୍କୁ କୋର୍ଟ ଚାଲାଣ କରିଦେଇଥିଲେ। ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଛାତ୍ରମାନେ ସେଠାରେ ଜାମିନପାଇଁ ନାନା ନିର୍ଯାତନା ସହିଥିଲେ । ଜାମିନ ପାଇ ଘରକୁ ଫେରିବା ପରେ ଜଟଣୀରେ ଏମାନେ ଆଇନର ଆଶ୍ରୟ ନେଇଥିଲେ।

ପୂର୍ବରୁ ଅଗରତାଲାରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଆକ୍ରମଣର ଶିକାର ହୋଇଥିଲେ ଓଡ଼ିଆ୍ ଛାତ୍ରଛାତ୍ରୀ। ସେସମୟରେ ନ୍ୟୁଜ ସେଭେନ ଖବର ପ୍ରସାରଣ ପରେ ରାଜ୍ୟ ସରକାର ହସ୍ତକ୍ଷେପ କରିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ସାହାଯ୍ୟ ଦେବା ଲାଗି ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହୋଇଛି.

   Related Posts