ବେଙ୍ଗାଲୁରୁ ୨|୭: ବେଙ୍ଗଲୁରୁରେ ଏକ ଲୁହା ଗେଟ୍ ପଡ଼ିଯିବାରୁ ଜଣେ ଓଡ଼ିଆ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସିଭି ରମଣ ରୋଡ଼ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ଏହି ଲୁହା ଗେଟକୁ ଏକ କାର୍ ପାସ୍ ପାଇଁ ଖୋଲାଯାଉଥିବା ବେଳେ ଏହା ହଠାତ୍ ଭୁଶୁଡ଼ି ପଡ଼ିଥିଲା। ୬ ଫୁଟ ଉଚ୍ଚ ଏବଂ ୧୫ ଫୁଟ ଚଉଡ଼ା ଏହି ବିଶାଳ ଲୁହାଗେଟ ତଳେ ଚାପି ହୋଇଯାଇଥିଲେ ଚାରି ଜଣ।
ତୁରନ୍ତ କିଛି ସ୍ଥାନୀୟ ବାସିନ୍ଦା ଏମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଓଡ଼ିଆ ସିକ୍ୟୁରିଟି ଗାର୍ଡ ଗୌତମ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ଆହତ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ବିହାରର ଓ ଅନ୍ୟଜଣେ ମଧ୍ୟ ଓଡ଼ିଶାର। ଏହି ଘଟଣା ପରେ ଆଇଆଇଏସର ସିକ୍ୟୁରିଟି ଗାର୍ଡମାନେ ଧାରଣା ଦେଇଥିଲେ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଅବହେଳା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରିଛି ପୋଲିସ।