୯ ମାସ ପରେ ଖୋଲିଲା ସ୍କୁଲ: ଯାଜପୁରର ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ପରିଖିଲେ ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟାରୀ
10/01/2021 at 7:54 PM

ଚଣ୍ଡିଖୋଲ୧୦/୧: ଦୀର୍ଘ ୯ ମାସ ପରେ ଖୋଲିଛି ସ୍କୁଲ। କରୋନା କଟକଣା ଭିତରେ ଛାତ୍ରଛାତ୍ର ସ୍କୁଲରେ ପହଞ୍ଚିଛନ୍ତି। ଓଡିଆ ମାଧ୍ୟମିକ ପରିଷଦର ସେକ୍ରେଟେରୀ ଶ୍ରୀକାନ୍ତ ତରାଇ ଯାଜପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲ ବୁଲି ପରିଦର୍ଶନ କରିଛନ୍ତି। ଜିଲ୍ଲାର ଧର୍ମଶାଳା ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଛାତ୍ରଛାତ୍ରଙ୍କ ସହ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକ ବିଦ୍ୟାଳୟକୁ ମାସ୍କ ଲଗାଇ ବିଦ୍ୟାଳୟକୁ ଆସୁଥିବା ବେଳେ ବିଦ୍ୟାଳୟକୁ ସାନିଟାଇଜର କରାଯିବା ସହ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଛି। ଶହେ ଦିନର ପାଠ ପଢା ସହ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଛି।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021