ମୁମ୍ବାଇ ସ୍ଥିତ ଓଡିଆ ସମାଜ ପକ୍ଷରୁ ଫୋନି ବିପନ୍ନଙ୍କୁ ସହାୟତା

Published By : Prameya-News7 Bureau | May 15, 2019 IST

ଭୁବନେଶ୍ବର ୧୫|୫: ବାତ୍ୟା ଫୋନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ମୁମ୍ବାଇ ସ୍ଥିତ ଓଡିଆ ସମାଜ । ବାତ୍ୟା ପରେ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ଦୁର୍ଗତଙ୍କ ପାଇଁ ଓଡିଆ ସମାଜ ୧୨ ହଜାର ବିଶୁଦ୍ଧ ପାଣି ବୋତଲ ପଠାଇସାରିଛନ୍ତି। ସେଗୁଡିକ ପୁରୀରେ ପହଞ୍ଚିବାପରେ ଫୋନି ପ୍ରଭାବିତ ଅଞ୍ଚଳରେ ବଣ୍ଟନ କରାଯାଉଛି ।

{"id":112009,"align":"center","width":401,"height":534}

ନଭି ମୁମ୍ବାଇ, ମୁମ୍ବାଇ ଓ ଥାନେରେ  ସ୍ବେଚ୍ଛାକୃତଭାବେ ଅଧିକ ସଂଖ୍ୟାରେ ଲୋକ ଓଡ଼ିଶା ବାତ୍ୟା ଦୁର୍ଗତଙ୍କ ପାଇଁ ପ୍ୟାକେଟ ଖାଦ୍ୟ ଓ ପାନୀୟ ଜଳ ପଠାଇବାଲାଗି ଆଗକୁ ଆସିଛନ୍ତି । ହେଲେ ସଂଗୃହୀତ ରିଲିଫ ସାମଗ୍ରୀ କେଉଁଠି ମହଜୁଦ ରହିବ ତାହା ବଡ ସମସ୍ୟା ହୋଇ ଛିଡା ହୋଇଛି ଓଡ଼ିଆ ସମାଜ ପାଇଁ ।

{"id":112010}

ପୂର୍ବରୁ ଓଡିଆ ସମାଜ ସଂଗ୍ରହ କରିଥିବା ରିଲିଫ ସାମଗ୍ରୀକୁ ମୁମ୍ବାଇସ୍ଥିତ ଓଡିଶା ଭବନ ପରିସରରେ ରଖିଥିଲେ । ତେବେ  ପ୍ରଶାସନିକ କାରଣରୁ ରିଲିଫ ସାମଗ୍ରୀକୁ ଓଡ଼ିଶା ଭବନରେ ପରିସରରେ ରଖିବାକୁ ଅନୁମତି ଦିଆଯାଉନି । ବାଧ୍ୟ ହୋଇ ରିଲଫି ସାମଗ୍ରୀକୁ ଏବେ କେରଳ ଭବନରେ ରଖାଯାଉଛି । ଓଡ଼ିଶା ଭବନର ଏଭଳି ଅସହଯୋଗ ମନବୃତ୍ତିକୁ ସମାଲୋଚନା କରିଛି ଓଡ଼ିଆ ସମାଜ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.