Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭୁବନେଶ୍ବର ବିମାନ ବନ୍ଦର କମ୍ପିଲା ଅମର ରହେ ସହିଦ ଧ୍ବନି, ଅଭୂତପୂର୍ବ ଶ୍ରଦ୍ଧାଞ୍ଜଳି

16/02/2019 at 5:53 PM

ଭୁବନେଶ୍ବର ୧୬|୨: ଆଜି ଭୁବନେଶ୍ବରରେ ପହଞ୍ଚିଥିଲା​‌ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ସେଠାରେ ସହିଦଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ଓ  ଓଡ଼ିଶା ପ୍ରଶାସନିକ ସେବାର ସମସ୍ତ ବଡ଼ ଅଧିକାରୀ ସହିଦଙ୍କୁ ସେମାନଙ୍କ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହା ପରେ ଦୁଇ ସହିଦଙ୍କୁ ଶୋଭାଯାତ୍ରାରେ ସେମାନଙ୍କ ଜନ୍ମମାଟିକୁ ନିଆଯାଇଥିଲା । …..

ଆଖି ଛଳଛଳ ହୋଇଯାଉଥିଲା । ମୁହଁରେ ଜଳ ଜଳ ହୋଇ ଦେଖାଯାଉଥିଲା ମନର ଖୋହ । ମଥା ପାଖକୁ ଆପେ ଆପେ ଉଠିଯାଉଥିଲା ହାତ । ବାର୍‌ ବାର ସଲାମ କରିବାକୁ ଚେତାଇଦେଉଥିଲା ହୃଦୟ । କାହିଁକି ନା ସେମାନେ ଥିଲେ ବୀର । ସେମାନେ ଥିଲେ ଭାରତ ମାତାର ସପୁତ୍‌ । ଦେଶ ପାଇଁ ସେମାନଙ୍କ ବଳିଦାନକୁ କେହି ଭୁଲି ପାରିବେନି । ଖାସ୍‌ ସେଇଥିପାଇଁ ତ ଭୁବନେଶ୍ବର ବିମାନବନ୍ଦରରେ ଦୁଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏମିତି ଜନସମୁଦ୍ର ଲାଗିଥିଲା ।

 ସହିଦ ସିଆରପିଏଫ ଯବାନ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ ବେହେରା ଆମ ରାଜ୍ୟ ପାଇଁ ଗର୍ବ । ସମୟ ପାଖାପାଖି ଅପରାହ୍ଣ ୩ଟା । ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ଦୁଇ ସହିଦଙ୍କ ପାର୍ଥିବ ଶରୀର । ଯେଉଁଠି ଉପସ୍ଥିତ ଥିଲେ ସେମାନଙ୍କ ପରିବାର ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମ୍ରେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ଆଗଧାଡ଼ିର ନେତା ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ । ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ ଡିଜି ଆର.ପି.ଶର୍ମାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଓଡ଼ିଶାର ଦୁଇ ବୀର ସନ୍ତାନଙ୍କୁ ସାଲ୍ୟୁଟ୍‌ କରିବାକୁ ଯେମିତି ସମସ୍ତଙ୍କ ମନରେ ଥିଲା ଅସମ୍ଭବ ବ୍ୟାକୁଳତା  । ଦୁଇ ସହିଦଙ୍କୁ  ବିମାନ ବନ୍ଦରରେ ହିଁ ଦିଆଗଲା ଗାର୍ଡ଼ ଅଫ ଅନର । ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ;ମୁହଁରୁ ଆପେ ଆପେ ବାହାରି ଆସୁଥିଲା ସହିଦ ଯବାନ ଅମର ରହେ । ଦୁଃଖ ଆଉ ଶୋକର ମାହୋଲ ଭିତରେ ଦୁଇ ଯବାନଙ୍କ ପାର୍ଥିବ ଶରୀରକୁ ଶେଷ ସମ୍ମାନ ଜଣାଇଥିଲେ ସମସ୍ତେ ।

ଭୁବନେଶ୍ବର ବିମାନ ବନ୍ଦରରେ ଦୁଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଦୁଇଟି ସୁସଜ୍ଜିତ ଗାଡ଼ିରେ ସେମାନଙ୍କ ଜନ୍ମମାଟି ଅଭିମୁଖେ ବାହାଥିଲା ଶବ ଶୋଭାଯାତ୍ରା । ସେପଟେ ଗତକାଲି ସହିଦଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ କହିଥିଲେ  ମଧ୍ୟ ଆଜି ଏହି ରାଶିକୁ ବଢ଼ାଇ୨୫ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଏଥି ସହ ଦେଶ ପାଇଁ ବଳିଦାନ ଦେଇଥିବା ଏହି ଦୁଇ ବୀର ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ବହନ କରିବେ ସରକାର । ସେହିଭଳି ଦୁଇ ସହିଦଙ୍କ ନାଁରେ ନାମିତ ହେବ ସେମାନଙ୍କ ଗାଁ ସ୍କୁଲ ।

   Related Posts