ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ଦୁଇ ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର; ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ

Published By : Prameya-News7 Bureau | February 16, 2019 IST

ଭୁବନେଶ୍ୱର ୧୬/୨ : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ଦୁଇ ଓଡ଼ିଆ ସହିଦ ଯବାନଙ୍କ ପାର୍ଥିବ ଶରୀର | ବିମାନବନ୍ଦରରେ ଏନେଇ ପ୍ରସ୍ତୁତ କରାଯାଇଥିଲା | ବିମାନବନ୍ଦରରେ ସହିଦ ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ବିମାନବନ୍ଦରରେ ଲୋକଙ୍କ ଭିଡ ଜମି ରହିଛି | ଜୟ ହିନ୍ଦ ନାରାରେ କମ୍ପି ଯାଉଛି ପୁରା ସହର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.