Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କରୋନା ଉଜାଡି ଦେଲା ସଂସାର : ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି, ଶେଷ ଦର୍ଶନ କରିପାରିଲେନି ପରିବାର

2/06/2020 at 1:29 PM

ଭଞ୍ଜନଗର ୦୨।୦୬: କହିଥିଲେ ଆସିବାକୁ କିନ୍ତୁ ଆସିଲେନାହିଁ । ସାବିତ୍ରୀ ଅମାବାସ୍ୟାରେ ଘରକୁ ଫେରିବେ ବୋଲି କହିଥିଲେ ଚିତ୍ତରଞ୍ଜନ । ମାତ୍ର ଆସିଲେନି । ଗତ ମାସ ୧୪ ତାରିଖରେ ସୁରଟ୍‌ରୁ ଆସିଲା ତାଙ୍କର ମୃତ୍ୟୁ ଖବର । ଆସିବେ ବୋଲି ସ୍ତ୍ରୀକୁ କଥା ଦେଇଥିଲେ । ନା ସେ ଆସିଲେ ନା ମୃତଦେହ । ଶେଷ ଥର ପାଇଁ ମଧ୍ୟ ଘର ଲୋକ ଭଲରେ ତାଙ୍କୁ ଦେଖିପାରିଲେନି । କରୋନାରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଜଣାଇବା ସହ ଭିଡିଓ କଲିଂରେ ପରିବାର ଲୋକ ଶେଷ ଥର ପାଇଁ ତାଙ୍କୁ ଦେଖିଥିଲେ । ଏପଟେ ୨ ଝିଅଙ୍କୁ ନେଇ ଆଗକୁ କେମିତି ଚଳିବେ ପତ୍ନୀ ଲିଲି ଏନେଇ ଭାଙ୍ଗି ପଡ଼ିଛନ୍ତି । ହିନ୍ଦୁ ରୀତିନୀତି ପ୍ରକାରେ ସାନଭାଇ ପ୍ରତୀକାତ୍ମକ ଭାବେ କଲେ ଦାହ ସତ୍କାର ଓ ପିଣ୍ଡ ଦାନ ଭଳି ଶେଷକୃତ୍ୟ । ସବୁକିଛି ସିନେମାର ଚିତ୍ର ଭଳି ପତ୍ନୀ ଲିଲିଙ୍କ ଆଗରେ ସଂପନ୍ନ କରାଗଲା ।

ଚିତ୍ତରଞ୍ଜନ ବେବର୍ତ୍ତା (୪୭) । ଘର ଆସିକା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ । ଗାଁରେ ବାପା ତ୍ରିଲୋଚନ ବେବର୍ତ୍ତା (୮୫) ଓ ମାଆ ରମା ବେବର୍ତ୍ତା ରହୁଛନ୍ତି । ପୁଅମାନେ ବାହାରେ ନିଜ ପିଲାଛୁଆଙ୍କୁ ନେଇ ଜୀବନ ସଂଘର୍ଷରେ ଲାଗି ପଡିଛନ୍ତି । ବଡ଼ପୁଅ ଚିତ୍ତରଞ୍ଜନ ଗାଁ ଛାଡି ସୁରଟରେ ଏକ ସୂତା କଳରେ କାମ କରୁଥିଲେ । ଘରକୁ ଯାହା କିଛି ଟଙ୍କା ପଠାଉଥିଲେ ସେଥିରେ ପରିବାର ଚଳୁଥିଲା । ପରିବାର କହିଲେ ପତ୍ନୀ ଲିଲି ଓ ୨ ଝିଅ । ଝିଅର ପାଠପଢ଼ା ପାଇଁ ବେଲଗୁଣ୍ଠା ଗୋପୀନାଥ ସାହିରେ ବାପଘର ଲୋକଙ୍କ ସହ ଭଡ଼ା ଘରେ ରହୁଥିଲେ । ବଡ଼ ଝିଅ ପ୍ରିୟଙ୍କା ବେଲଗୁଣ୍ଠା କଲେଜରେ ଯୁକ୍ତ ୩ ଶେଷ ବର୍ଷର କଳା ଛାତ୍ରୀ ଓ ସାନଝିଅ ପାୟଲ ୯ମ ଶ୍ରେଣୀରେ ପଢୁଛି । କରୋନା ସବୁକିଛି ଉଜାଡ଼ି ଦେଲା । ମେ ୪ ତାରିଖରେ ସୁରଟରେ ଚିତ୍ତରଞ୍ଜନ ଅସୁସ୍ଥ ହୋଇପଡ଼ିଥିଲେ । ସ୍ୱାବ୍‌ ଟେଷ୍ଟ ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ଏନେଇ ଲିଲିଙ୍କୁ ଜଣାଇବା ପରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକ । ସୁରାଟ ସିଭିଲ୍‌ କୋଭିଡ୍‌ ହସ୍ପିଟାଲରୁ ମେ ୧୪ ତାରିଖ ସଂଧ୍ୟାରେ ଡାକ୍ତରଙ୍କ ଏକ ଫୋନ କଲ୍‌ ଲିଲିଙ୍କ ପାଖକୁ ଆସିଲା । ଆଉ ତାଙ୍କ ସ୍ୱାମୀ ଚିତ୍ତରଞ୍ଜନ ସବୁଦିନ ପାଇଁ ଆଖି ବୁଜି ଦେଇଥିବା ଖବର ଦେଇଥିଲେ । ଏକ ଭିଡିଓ କ୍ଲିପ୍‌ ଯୋଗେ ଚିତ୍ତରଞ୍ଜନଙ୍କ ମର ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ଦେଖାଇଥିଲେ । ସେଠାରେ ଶବକୁ ସରକାରୀ ବିଧି ବ୍ୟବସ୍ଥା ପ୍ରକାରେ କବର ଦିଆଯାଇଥିଲା । ସାନଭାଇ ସହ ପରିବାର ଅନ୍ୟ ସଦସ୍ୟ ଗାଁକୁ ଯାଇ ସେଠାରେ ହିନ୍ଦୁ ରୀତିନୀତି ପ୍ରକାରେ ପାଳରେ ଏକ ପ୍ରତିକୃତି ତିଆରି କରି ଶ୍ମଶାନରେ ଶବଦାହ କରାଯାଇଛି ।

ଇତିମଧ୍ୟରେ ଦ୍ୱାଦଶାହ ବିଧି ସାରି ନିଜ ନିଜ କର୍ମକ୍ଷେତ୍ରକୁ ଫେରିଲେଣି । ଲିଲି କିପରି ଘର ଚଳାଇବେ ଏନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ଏପରିକି ସ୍ଥାନୀୟ କିଛି ଲୋକ ଚିତ୍ତରଞ୍ଜନଙ୍କ କରୋନା ମୃତ୍ୟୁ ହୋଇଥିବାରୁ ଲିଲିଙ୍କୁ ନାକ ଟେକୁଛନ୍ତି । ସରକାର ଏବଂ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ପରିବାର ଲୋକଙ୍କ ମନବଳ ଦୃଢ଼ ହେବ ବୋଲି ଆଶା ରଖିଛନ୍ତି । ୨ ଝିଅଙ୍କ ପାଠପଢ଼ା କିପରି କରାଇବେ ଏନେଇ ଲିଲି ବିଚଳିତ ହୋଇପଡ଼ିଛନ୍ତି ।

   Related Posts