Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ପରଲୋକ

14/04/2019 at 5:18 PM

କଟକ ୧୪|୪: ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କ ପରଲୋକ ହୋଇଛି । କଟକ ସ୍ଥିତ ବାଦାମବାଡି ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଖାଲ ମହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଆକାଶବାଣୀରୁ ରାଖାଲ ମହାନ୍ତି ତାଙ୍କ ସଙ୍ଗୀତଜ୍ଞ ଜୀବନ ଆରମ୍ଭ କରିଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ୍ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ ।

୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ରାଖାଲ ମହାନ୍ତି ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ରାଖାଲ, ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ । ୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ବର ମିଶ୍ର  ଓ ବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ । ୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । 

   Related Posts