ନବୀନ ନିବାସରେ ବର୍ଷା

Published By : Prameya-News7 Bureau | September 11, 2018 IST

ଭୁବନେଶ୍ୱର ୧୧/୯ : ନବୀନ ନିବାସରେ ବର୍ଷା । ସ୍ବାମୀ ଅନୁଭବଙ୍କ ଭଳି କଣ ବର୍ଷା ରାଜନିତିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏମିତି କିଛି ଘଟିଛି କିନ୍ତୁ ରିଅଲ୍ ରେ ନୁହେଁ ବର୍ଂ ରିଲ୍ ରେ ବର୍ଷା ନବୀନ ନିବାସରେ ପହଞ୍ଚିଛନ୍ତି । ହଁ ପାଖାପାଖି ବର୍ଷେ ବ୍ୟବଧାନ ପରେ ଓଲିଉଡ୍ କ୍ବିନ୍ ବର୍ଷା ପ୍ରିୟଦର୍ଶିନି ଏକଦମ୍ ଦମ୍ଦାର୍ ଅନ୍ଦାଜ୍-ରେ ଫେରିଛନ୍ତି । ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି ବର୍ଷାଙ୍କ ଫିଲ୍ମ “ନିମ୍କି- ନିମ୍ପୁର ରୁ ନବୀନ ନିବାସ୍ ”। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଖୋଦ୍ ବର୍ଷା ଲେଖିଛନ୍ତି । ବର୍ଷାଙ୍କ ମତରେ ନିମ୍କି ହେଉଛି ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ । ଏବଂ ଏହି ଫିଲ୍ମର କାହାଣୀକୁ ଦର୍ଶକ ନିଶ୍ଚୟ ପସନ୍ଦ କରିବେ ବୋଲି ସେ ଆଶା ରଖଛନ୍ତି । ନିମ୍ପୁର ଗାଁ ଯୁବତୀ ନିମ୍କି । ଯିଏ ଓଡିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ବେଶ୍ ପ୍ରଭାବିତ ହୋଇ ଭୁବନେଶ୍ବର ଆସେ । ନିମ୍ ପୁର୍-ରୁ ନବୀନ ନିବାସ୍ ଯାତ୍ରା ନିମକି କିଭଳି ପୁରା କରିଛି ତାହାକୁ ନେଇ ଗତି କରିଛି ଫିଲ୍ମ ନିମ୍କି । ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିଜ ସଂଗୀତ ମାଧ୍ୟମରେ ଫିଲ୍ମର ଗୀତଗୁଡିକୁ ସଜାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.