Tuesday, December 11, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିସେମ୍ବର ୧୪ରେ ମୁକ୍ତିଲାଭ କରିବ ‘ଏ ଦିଲ୍‌ ତତେ ଦେଲି’, ବାଲିଯାତ୍ରାରେ ରିଲିଜ ହେଲା ଅଡିଓ

କଟକ : ଅଭିନବ ଢଙ୍ଗରେ ଅଡିଓ ରିଲିଜ୍‌ । କୌଣସି ତାରକା ହୋଟେଲରେ ନୁହେଁ, ନୂଅା ଓଡ଼ଅିା ଚଳଚ୍ଚତ୍ରି ‘ଏ ଦିଲ୍‌ତତେ ଦେଲି’ର ସଙ୍ଗୀତ କଟକ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଲୋକାର୍ପଣ ହୋଇଛି । ଏହି ଉତ୍ସବରେ ଉକ୍ତ ଫିଲ୍ମର ନାୟକ ବିଭାସ ଓ ନାୟିକା ରିୟାନାଙ୍କ ସମେତ ପ୍ରଯୋଜକ ଅଖିଳେଶ ବର୍ମା, ନିଦେର୍ଶକ ନିଲୁବକ୍‌ଶ, ଗୀତିକାର ମାନସ ସାହୁ, ସଙ୍ଗୀତ ନିଦେର୍ଶକ ମହମ୍ମଦ ମୁସିର ଏବଂ କ୍ରିଏଟିଭ୍‌ହେଡ୍‌ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ମୁମ୍ବାଇର ‘ଷେ୍ଟପ୍‌ ବାଇ ଷେ୍ଟପ୍‌ ଫିଲ୍ମସ୍‌’ର ଏହା ହେଉଛି ପ୍ରଥମ ଓଡ଼ିଅା ସିନେମା । ପ୍ରେମ ଓ ବିଚ୍ଛେଦର କାହାଣୀ ସହ ଏକ ରୋମାଞ୍ଚକ ଘଟଣାକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବସିତ। ‘ଅାରେ ପ୍ରିୟା ଅାମେ କରିବା ପ୍ୟାର ତୋର ସାଥେ ଜମିଯିବ ଖାସ୍‌ ଅାଫାୟାର, ପକାଇବା ଲଭ୍‌ ଟସ୍‌ କରିବାନି ଟାଇମ୍‌ଲସ୍‌, ମନ କରିନେବା ସେୟାର୍‌, ଓ ଜାନୁଜାନୁରେ ବାବା ଜାନୁଜାନୁ’ ଚଳଚ୍ଚିତ୍ରରେ ଥିବା ଏଇ ଟାଇଟଲ୍‌ ସଙ୍ଗ୍‌ ଯୁବଦର୍ଶକଙ୍କୁ ବେଶ୍‌ କ୍ରେଜି କରିବ। ଏଇ ରୋମାଣ୍ଟିକ୍‌ ଗୀତ ସହ ଏଥିରେ ମୋଟ ୬ଟି ଗୀତ ରହିଛି । କ୍ରଏିଟିଭ୍‌ ହେଡ୍‌ ପ୍ରଣୟ ଜେଠୀ କହିଛନ୍ତି ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଇଛି’ ଗୋଟେ ଜବରଦସ୍ତ ମ୍ୟୁଜିକାଲ ଲଭ ଷ୍ଟୋରି । ପ୍ରଯୋଜକ, ନିଦେର୍ଶକ ଓ ସଙ୍ଗୀତ ନିଦେର୍ଶକଙ୍କ ସହ ନାୟକ ବିଭାସ ଓ ନାୟିକା ରିୟାନା ମଧ୍ୟ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଚଳଚ୍ଚିତ୍ରର ଅଡିଓ ରିଲିଜ୍‌ ବେଳେ ଉପସ୍ଥିତ ହଜାର ହଜାର ବାଲିଯାତ୍ରା ପ୍ରେମୀଙ୍କୁ ଚଳଚ୍ଚିତ୍ର ‘ଏ ଦିଲ୍‌ତତେ ଦେଲି’ ଦେଖିବା ପାଇଁ ପ୍ରେକ୍ଷାଳୟକୁ ନିଶ୍ଚିତ ଅାସିବେ କହି ଅାମନ୍ତ୍ରଣ କରିଥିଲେ । ଦର୍ଶକଙ୍କ ଅପୂର୍ବ ଉତ୍ସାହ ଚଳଚ୍ଚିତ୍ରର ପ୍ରମୋଶନାଲ କ୍ୟାମ୍ପେନର ପହିଲି ପର୍ବକୁ ବେଶ୍‌ ରୋମାଞ୍ଚକ କରିଥିଲା । 

236 Views

   You May Also Like