ସୀମା ସିଲ୍ : ଜଙ୍ଗଲ ବାଟ ଦେଇ କୋଲକାତାରୁ ଓଡିଶାକୁ ଆସିଲେ ପ୍ରବାସୀ

Published By : Prameya-News7 Bureau | May 10, 2020 IST

ଭଦ୍ରକ ୧୦।୫: ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଫଳରେ ରାଜ୍ୟ ବାହାରେ ଫସି ରହିଛନ୍ତି ପ୍ରବାସୀ ଓଡିଆ । ସେମାନଙ୍କୁ ବାହାର ରାଜ୍ୟରୁ ଆଣିବା ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ହେଲେ ଏବେ ବି ଲୁଚି ଛପି ଆସୁଛନ୍ତି ପ୍ରବାସୀ । ରାଜପଥର ସୀମା ସିଲ୍ ହେବାପରେ ଏବେ ସୀମା ନିକଟ ଜଙ୍ଗଲ ଭିତରେ ପଶି ରାଜ୍ୟକୁ ଫେରୁଛନ୍ତି ପ୍ରାବାସୀ ଓଡିଆ । ସୀମାରେ ପୋଲିସ ଛାଡିଲାନି ବୋଲି ସେମାନେ ସୀମାବର୍ତ୍ତି ଜଙ୍ଗଲରେ ପଶି ଓଡିଶାକୁ ପ୍ରବେଶ କଲେ । ଆଉ ରାସ୍ତାରେ ଏକ ଅଜଣା ବୋଲେରୋ ୩ ହଜାର ଟଙ୍କା ନେଇ ସେମାନଙ୍କୁ ଆଣିଥିଲା । ଏମିତି କହିଛନ୍ତି କିଛି ପ୍ରବାସୀ ଓଡିଆ । ଯେଉଁମାନେ କଲିକତାରୁ ରାଜ୍ୟକୁ ଫେରିଛନ୍ତି ।

{"id":267507,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରାୟ ୧୦ ଜଣ ପ୍ରବାସୀ ଓଡିଆ ଏହିଭଳି ଭାବେ ରାଜ୍ୟକୁ ଫେରିଛନ୍ତି । ସମସ୍ତେ ଭଦ୍ରକ ଜିଲ୍ଲାର । ଲକ୍ ଡାଉନ୍ ଯୋଗୁଁ ସେମାନେ କଲିକତାରେ ଫସିଥିଲେ । କୋଭିଡ୍-୧୯ ଓ୍ବେବସାଇଟରେ ମଧ୍ୟ ପଞ୍ଜିକରଣ କରିଥିଲେ । କିନ୍ତୁ ଆସିବା ପାଇଁ କୌଣସି ସୁବିଧା ମିଳିଲା ନାହିଁ । ଫଳରେ ସେମାନେ ଓଡିଶା ଅଭିମୁଖେ ଆସିଲେ । ସୀମାପାର ହେବା ପାଇଁ ସେମାନେ ରାତି ୧୧ଟା ରୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କଲେ । ସୀମାରେ ତାଙ୍କୁ ଓଡିଶା ଆସିବା ପାଇଁ ଅନୁମତି ମିଳିଲା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

{"id":267508,"sizeSlug":"large"}

ଶେଷରେ ସେମାନେ ସେଠାରୁ ଫେରି ଏକ ଧାନ ବିଲରେ ପଶି ଜଙ୍ଗଲିଆ ରାସ୍ତା ଦେଇ ଓଡିଶାକୁ ଆସିଥିଲେ । ସେଠାରେ ଏକ ବୋଲେରୋ ଗାଡି ୩ ହଜାର ଟଙ୍କା ନେଇ ଭଦ୍ରକ ସହରର ଚରମ୍ପା ନିକଟରେ ସେମାନଙ୍କୁ ଛାଡି ଚାଲିଯାଇଥିଲା । ସେଠାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ପ୍ରଶାସନର ସହାୟତାରେ ସେମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.