ଆଜି ଓଡିଶାରେ ପହଞ୍ଚିବ ଓଡିଆ ସହିଦ ଜବାନ ପ୍ରବୀର ନାୟକଙ୍କ ମରଶରୀର

Published By : Prameya-News7 Bureau | October 09, 2019 IST

ଯାଜପୁର ୯।୧୦: ଆଜି ଓଡିଶାରେ ପହଞ୍ଚିବ ଓଡିଆ ସହିଦ ଜବାନ ପ୍ରବୀର ନାୟକଙ୍କ ମରଶରୀର । ଯାଜପୁର କଚେରୀ ଗାଁର ଦିବାକର ନାୟକଙ୍କର ୪ର୍ଥ ପୁଅ ପ୍ରବୀର ନାୟକ । ଆସାମ ରାଇଫଲର ଅଷ୍ଟମ ବାଟାଲିୟନରେ ଗନମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।

ପ୍ରବୀର ମିଜୋରାମର ସରଚିପ୍ ଜିଲ୍ଲାରେ ଚୀନ୍ ସୀମାରେ ପ୍ରହରା ଦେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଥଣ୍ଡା ହେତୁ ତାଙ୍କ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ଫଳରେ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ ରବିବାର ଦିନ ଘଟିଥିଲା ଏଭଳି ଅଭାବନୀୟ ଘଟଣା ।

ତାଙ୍କ ପରିବାରରେ ୩ ଭାଇ ଥିବାବେଳେ ସମସ୍ତେ ଦେଶ ସେବାରେ କାର୍ଯ୍ୟରତ । ପ୍ରବୀରଙ୍କ ପତ୍ନୀ ଦୀପ୍ତିକା ନାୟକ ଓ ତାଙ୍କର ଦୁଇଟି କୁନି ଝିଅ ରହିଛନ୍ତି । ଆଜି ମରଶରୀର ପହଞ୍ଚିବା ପରେ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.