ମାଲକାନଗିରି ସୀମାନ୍ତ ବିଜେପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି କେନ୍ଦୁଝର ଆସିବ

Published By : Prameya-News7 Bureau | October 28, 2018 IST

ମାଲକାନଗିରି ୨୮/୧୦ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମୃତଦେହ ଆଜି କେନ୍ଦୁଝର ଆସିବ | ବିସ୍ଫୋରଣରେ ୫ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି | ଗୁରୁତର ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି | ଆଜି ରାୟପୁର ହେଡ଼ କ୍ଵାଟରରେ ସହିଦ ଯବାନଙ୍କୁ ଗାର୍ଡ ଅଫ ଅନର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି | ସହିଦ ଯବାନଙ୍କ ମଧ୍ୟରେ ଥିବା ଓଡ଼ିଆ ଯବାନ ବ୍ରଜମୋହନ ବେହେରାଙ୍କ ଘର ଆନନ୍ଦପୁର ଘସିପୁରା ଥାନା ଅନ୍ତର୍ଗତ ନଦୁଆ ଗାଁରେ | ତାଙ୍କ ମରଶରୀର ଆଜି ତାଙ୍କ ଗାଁକୁ ଆସିବ | ମୃତ୍ୟୁ ଖବର ମିଳିବା ପରେ ପୁରା ପରିବାର ଭାଙ୍ଗି ପଡିଛି | ଗାଁରେ ଶୋକାକୁଳ ପରିବେଶ ରହିଛି | ସ୍ବର୍ଗତ ଦୁର୍ଯ୍ୟଧନ ବେହେରାଙ୍କ ପୁଅ ବ୍ରଜମୋହନ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ସିଆରପିଏଫରେ ଯୋଗ ଦେଇଥିଲେ | ୧୫୯ ବାଟାଲିଅନରେ ହାବିଲଦାର ଡ୍ରାଇଭର ଭାବେ ସେ କାର୍ଯ୍ୟରତ ଥିଲେ | ୨ ମାସ ପୂର୍ବରୁ ଛତିଶଗଡ଼ରେ ତାଙ୍କର ବଦଳି ହୋଇଥିଲା | ପାଟ୍ରୋଲିଂ ବେଳେ ଗାଡି ବ୍ରଜମୋହନ ଚଳାଉଥିଲେ | ଗତକାଲି ପାଟ୍ରୋଲିଂ ବେଳେ ଯବାନଙ୍କ ବୁଲେଟପ୍ରୁଫକୁ ବିସ୍ଫୋରଣରେ ଉଡାଇଦେଇଥିଲେ ନକ୍ସଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.