ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ଓଡିଆ ଯବାନଙ୍କ ମୃତଦେହ ଭୁବନେଶ୍ବରରେ ପହଞ୍ଚିଛି; ବିମାନବନ୍ଦରରେ ମର ଶରୀରରେ ପୁଷ୍ପଚକ୍ର ସହ ଅନ୍ତିମ ସାଲ୍ୟୁଟ

Published By : Prameya-News7 Bureau | October 28, 2018 IST

ଆନନ୍ଦପୁର ୨୮/୧୦ : ଛତିଶଗଡର ବିଜାପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ଓଡିଆ ଯବାନଙ୍କ ମୃତ ଦେହ ଭୁବନେଶ୍ବରରେ ପହଞ୍ଚିଛି। ସହିଦଙ୍କ ମର ଶରୀର ଆଜି କେନ୍ଦୁଝର ଆନନ୍ଦପୁର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଅନ୍ତିମ ସଂସ୍କାର କରାଯିବ। ସହିଦଙ୍କୁ ଦିଆଯାଉଛି ଗାର୍ଡ ଅଫ ଅନର। ଦିଆଯାଉଛି ସାଲ୍ୟୁଟ। ଏ ହେଉଛି ଛତିଶଗଡ଼ ରାୟପୁର ମାନାର ଦୃଶ୍ୟ। ଯେଉଁଠିରେ ସହିଦ ବ୍ରଜମୋହନ ବେହେରାଙ୍କ ୪ ସିଆରପିଏଫ ଯବାନଙ୍କ ମର ଶରୀରରେ ପୁଷ୍ପଚକ୍ର ଦିଆଯାଇ ଅନ୍ତିମ ସାଲ୍ୟୁଟ ଦିଆଯାଉଛି। ସେଠାରୁ ଓଡ଼ିଶାର ସହିଦ ବ୍ରଜମୋହନ ବେହେରା ଙ୍କ ମର ଶରୀର ଆସିଥିଲା ଭୁବନେଶ୍ବର। ଏଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଭୁବନେଶ୍ବରରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀ ଓ ସିଆରପିଏଫର ବରିଷ୍ଠ ଅଧିକାରୀ । ବ୍ରଜମୋହନଙ୍କ ପରିବାର ମଧ୍ୟ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏ ହେଉଛି ସେହି ସ୍ଥାନର ଚିତ୍ର। ବିଜାପୁରର ଅୱନପଲ୍ଲି ମୁରଦଣ୍ଡା,  ଯେଉଁଠାରେ ନକ୍ସଲମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଆଉ ଯାହାର ଶିକାର ହୋଇଥିଲା ସିଆରପିଏଫର ବଖତବନ୍ଦ ଭେହିକିଲ୍‌ । ପ୍ରାୟ ୫୦ କିଲୋ ବାରୁଦ ଲଗାଇଥିଲେ ମାଓବାଦୀ। ଯାହାର ପ୍ରଭାବରେ ୫ ଫୁଟ ପର୍ଯ୍ୟନ୍ତ ଗାଡ଼ିଟି ଉପରକୁ ଉ଼ଡିଯାଇଥିଲା, ଆଉ ରାସ୍ତା ଉପରେ ୪ ଫୁଟ ଗାତ ହୋଇଯାଇଛି।  ଦେଖନ୍ତୁ କେମିତି ଛିନଛତ୍ର ହୋଇଯାଇଛି ଏହି ବିଶାଳ ଗାଡ଼ିଟି। ବିସ୍ଫୋରଣ ପରେ ସେଠାରେ ମାଓବାଦୀମାନେ ଅନ୍ଧାଧୁନ ଗୁଳି ବି ଚଳାଇଥିଲେ। ଏବେ ବିସ୍ଫୋରଣ ନେଇ ଆରମ୍ଭ ହୋଇଛି ତନାଘନା। ଏ ହେଉଛି ସହିଦ ବ୍ରଜମୋହନ ବେହେରାଙ୍କ ଆନନ୍ଦପୁର ଘଷିପୁରା ଥାନା ନଦୁଆ ଗାଁର ଚିତ୍ର। କାନ୍ଦିକାନ୍ଦି ମା ଆଖିରୁ ଶୁଖିଗଲାଣି ଲୁହ।  ସ୍ବର୍ଗତ ଦୁର୍ଯୋଧନ ବେହେରାଙ୍କ ପୁଅ ବ୍ରଜମୋହନ, ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ, ସିଆରପିଏଫରେ ଯୋଗ ଦେଇଥିଲେ । ଯେଉଁଗାଡ଼ିଟି ମାଓବାଦୀମାନେ ବିସ୍ଫୋରଣରେ ଉଡାଇଛନ୍ତି ସେହି ଗାଡ଼ିଟି ଚଳାଉଥିଲେ ବ୍ରଜମୋହନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.