ମଣିପୁର ସୀମାରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି ନିଜ ଗାଁକୁ ଆସୁଛି

Published By : Prameya-News7 Bureau | September 09, 2018 IST

ରେଢ଼ାଖୋଲ ୯/୯ : ମଣିପୁର ନାଗାଲାଣ୍ଡ ସୀମାରେ ଆସାମ ରାଇଫଲ ଯବାନ ଭାବରେ କାର୍ଯ୍ୟରତ ଓଡିଆପୁଅ ଚମ୍ପେଶ୍ବର ମହାଖୁଡ ଗତକାଲି କୁମ୍ବିଂ ଅପରେସନ ବେଳେ ମାଓଗୁଳିରେ ସହୀଦ ହୋଇଛନ୍ତି । ରେଢାଖୋଲ ବ୍ଲକ କଦଳୀଗଡ ପଚଂ।ୟତର ଦଉରାଖମଣ ଗାଁର ପିତା ସୁଂଚି ମହାଖୁଡ ମାଁ ଲକ୍ଷ୍ମୀ ମହାଖୁଡଙ୍କ ସାନ ପୁଅ ଚମ୍ପେଶ୍ବର । ୨୦୦୧ ମସିହାରେ ଆସାମ ରାଇଫଲ ଯବାନ ଭାବରେ ନିଯୁକ୍ତି ପାଇ ଭାରତ ସୀମାରେ କାମ କରୁଥିଲେ । ଦେଶ ମାତୃକା ପାଇଁ ସହୀଦ ହେବା ଖବର ପାଇ ପରିବାର ତଥା ରେଢାଖୋଲ ଅଚଂଳ ଶୋକର ଛାୟା ଖେଳିଯାଇଛି । ୭ ବର୍ଷର ପୁଅ ଓ ତାଙ୍କ ପତ୍ନୀ ଏବଂ ବୁଡା ବାପାମାଁ ଘରେ ଖବର ଶୁଣି ଭାଗିଂ ପଡିଛନ୍ତି । ପୁଅ ଦଣ୍ଡଯାତ୍ରାକୁ ଆସିଥିବା ଆର ମାସରେ ଆସିବ ବୋଲି କହିଥିଲା ବୋଲି ମାଁ କହିଥିଲେ । ଆଜି ସହିଦଙ୍କ ମର ଶରୀର ତାଙ୍କ ଗାଁ ଦଉରାଖମଣକୁ ଆସୁଛି । ମର ଶରୀର ତାଙ୍କ ପୈତୃକ ଗାଁକୁ ପହଁଚିଲା ପରେ ରାଷ୍ଟ୍ରୀୟ ସମ୍ମାନରେ ଅନ୍ତିମ ସତ୍କାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.