ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ୮୩ ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | June 03, 2020 IST

ଭୁବନେଶ୍ବର ୩।୬: ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

ପ୍ରଖ୍ୟାତ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀ ୧୯୩୭ ଅକ୍ଟୋବର ୨୫ରେ ଜଗତସିଂହପୁର ତିର୍ତ୍ତୋଲ ବ୍ଲକ୍ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଆମ କବିତା, କବିତାର ସେତୁ, ହେ ସାଥୀ! ହେ ସାରଥୀ, ସବୁଜର ସାଂପ୍ରତିକ, ସରଳରୁ ସଂପ୍ରତି ପ୍ରମୁଖ। ସତ୍ୟବାଦୀ ଯୁଗ-ସ୍ରଷ୍ଟା ଓ ସୃଷ୍ଟି, ଗଳ୍ପ ଓ ଗାଳ୍ପିକ, କାବ୍ୟ ପ୍ରକରଣ ପ୍ରମୁଖ ତାଙ୍କର ପ୍ରମୁଖ ସାହିତ୍ୟ କୃତି । ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଥିଲେ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା । ଚାରି ବର୍ଷ ଧରି ଲେଖା ହୋଇଥିବା, "ହେ ସାଥୀ ! ହେ ସାରଥୀ " ଶୀର୍ଷକ ରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.