ଆୟୋଜିତ ମିସେସ୍ ଇଣ୍ଡିଆ ୟୁନିଭର୍ସ ପ୍ରତିଯୋଗିତାର କ୍ରାଉନ୍ ବିଜେତା ହେଲେ ଓଡିଆ ଝିଅ ମୁନମୁନ୍ ସିଂ
23/10/2019 at 1:38 PM

ଭୁବନେଶ୍ବର୨୩|୧୦: ମରିସସ୍ ଠାରେ ଆୟୋଜିତ ମିସେସ୍ ଇିଂଡ଼ଆ ୟୁନିଭର୍ସ ପ୍ରତିଯୋଗିତାର କ୍ରାଉନ୍ ବିଜେତା ହୋଇଛନ୍ତି ଓଡ଼ିଆ ଝିଅ ମୁନମୁନ୍ ସିଂ । ଏହି ସଫଳତା ଲାଗି ସେ ଜଣେ ଓଡ଼ିଆ ଭାବେ ଗର୍ବ କରନ୍ତି ବୋଲି ହୋଟେଲ ନ୍ୟୁ ମାରିଅନ ରେ ହୋଇଥିବା ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ।

ଫାଇନାଲ ରାଉଣ୍ଡରେ ସେ ୩୮ଜଣ ପ୍ରତିଯୋଗୀଙ୍କ ସହ ପ୍ରତିଯୋଗିତାକୁ ଓହ୍ଲାଇଥିଲେ । ଶେଷରେ ସମସ୍ତଙ୍କୁ ପଛରେ ପକାଇ ଗତ ଅକ୍ଟୋବର ୧୮ ତାରିଖ ଦିନ ମିସେସ୍ ଇିଂଡ଼ିଆ ୟୁନିଭର୍ସ ଟାଇଟଲ ଜିତିଥିଲେ ।

ଭିସେରା ମଡ଼େଲ ମ୍ୟାନେଜମଂଟେ ମୁମ୍ବାଇ ଦ୍ବାରା ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ବରରେ ଅଡ଼ସିନ୍ ହୋଇଥିଲା । ଏଇଠୁ ମାତ୍ର ୮ଜଣ ପ୍ରତିଯୋଗୀ ଗ୍ରାଂଡ଼୍ ଫିନାଲେ କୁ ଯାଇଥିଲେ । ୮ଜଣଙ୍କ ଭିତରୁ ୪ ଜଣ ଗୋଲଡ଼େନ୍ ଓ ୪ ଜଣ ପ୍ଲାଟିନମ୍ କେଟାଗରୀରେ ଥିଲେ ।

ମରିସସ୍ ରେ ମୁନମୁନ୍ ଙ୍କୁ ୨ଟି ରାଉଣ୍ଡ ରେ ୩ ଟି ପର୍ଯୟାୟରେ ଭାଗ ନେବାକୁ ପଡ଼ଥିଲା । କିନ୍ତୁ ସବୁ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରି ଆୱାର୍ଡ ଜିତିଥିଲେ ମୁନମୁନ୍ ସିଂ । ଏହି ପ୍ରତିଯୋଗିତାରେ ବଲିଉଡ଼୍ ର ଗୌତମ କପୁର୍, ସମ୍ଭାବନା ସେଠ୍, ସ୍ମୃତି ଖାନ୍ନା, ବରୁଣ ସୋଲପି ଯୋଗ ଦେଇଥିଲେ ।