ସାଉଦିଆରବରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ

Published By : Prameya-News7 Bureau | August 18, 2018 IST

ଗଞ୍ଜାମ ୧୮/୮ : ସାଉଦିଆରବରେ ଫସିଛନ୍ତି ୧୪ଜଣ ଓଡିଆ ଶ୍ରମିକ । ଫସିରହିଥିବା ଶ୍ରମିକମାନେ ଗଞାମ ଜିଲ୍ଲାର ଖଲ୍ଲିକୋଟ, ସାନଖେମୁଣ୍ଡି, ଆସିକା ଏବଂ ଭଞନଗର ଅଞ୍ଚଳର । ସାଉଦିଆରବରେ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଗତ କିଛି ଦିନ ହେଲା ଭୋକ ଉପବାସରେ ସେମାନଙ୍କ ଜୀବନ ବିତୁଥିବା ଅଭିଯୋଗ କରିଛନ୍ତି ଫସି ରହିଥିବା ଶ୍ରମିକଙ୍କ ପରିବାର । ତୁରନ୍ତ ସେଠାରୁ ସେମାନଙ୍କୁ ଉଦ୍ଧାର କରି ଓଡିଶା ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏ ନେଇ ଶ୍ରମିକଙ୍କ ପରିବାରଲୋକ ଗଞାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.