କୁଏତରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | August 22, 2018 IST

ଟାଙ୍ଗି ୨୨/୮ : କୁଏତରେ ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ୮ ଦିନ ତଳେ ମୃତ୍ୟୁ ବରଣ କରିଥିବା ଏହି ଶ୍ରମିକର ମୃତ ଦେହ ନିଜ ଭିଟାମାଟିକୁ ଫେରିଛି । ପରିବାର ସଦସ୍ୟଙ୍କ ବୁକୁ ଫଟା କାନ୍ଦ-ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଛି । ପରିବାର ଲୋକଙ୍କୁ ଦୁଇଓଳି ଖାଇବାକୁ ଦେବେ ବୋଲି ଏବଂ ଦି ପଇସା ରୋଜଗାର ପାଇଁ ବିଦେଶ ଗଲେ ମାତ୍ର ଶବ ହୋଇ ଫେରିଲେ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆଙ୍କୁଲାପଦର ଗ୍ରାମର ମୂଳିଆ ପ୍ରଧାନଙ୍କ ପୁଅ ସନ୍ତୋଷ ନିଜ ପରିବାର ବୋଝ ସମ୍ଭାଳିବା ପାଇଁ ଗାଁ ଛାଡି ବିଦେଶ ଯାଇ କୁଏତର ଗଲଫିସ୍ପିକ ଜେନେରାଲ ଟ୍ରେଡିଙ୍ଗ ଆଣ୍ଡ କଣ୍ଟ୍ରାଟିଙ୍ଗ କମ୍ପାନୀରେ ପ୍ରାୟ ୮ /୧୦ ମାସ ହେବ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲା । ଗତ ୧୩ /୦୮ /୧୮ ରିଖ ସକାଳୁ ଏକ ପରିତ୍ୟକ୍ତ ସ୍ଥାନରେ ସନ୍ତୋଷ ମୃତ୍ୟୁ ବରଣ କରି ଝୁଳୁଥିବା ଦେଖିବାକୁ ମିଳିଥିଲା । ସେଠାର ପୋଲିସ ଶବ ଜବତ କରି ତଦନ୍ତ କରୁଛି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁକୁ ନେଇ ପରିବାରର ଦୁଖ ଏବେ ଦ୍ଵିଗୁଣିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.