Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶ : ୬ ମାସ ପରେ ଆସିଲା ଶ୍ରମିକଙ୍କ ମୃତ୍ୟୁ ଖବର

30/12/2018 at 9:38 AM

ବୌଦ୍ଧ ୩୦/୧୨ : ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ଶ୍ରମିକକୁ ହତ୍ୟା ଅଭିଯୋଗ ।  ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ମୃତଦେହ ଫେରାଇ ଆଣିବା ସହ କ୍ଷତି ପୂରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ପରିବାରଏବଂ ଗ୍ରାମବାସୀ  ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଆମ୍ବଗାଁରେ ।

ଦାଦନ ଖଟିବାକୁ ଯାଇଥିଲେ ଶବ ହୋଇଗଲେ । ଜୁଲାଇ ମାସରେ ବୌଦ୍ଧ କଣ୍ଟାମାଳ ଆମ୍ବଗାଁର ଦେବରାଜ ବିଭାରଙ୍କୁ ରେଘାମୁଣ୍ଡାର ସିଂ ଦେଓ ଏବଂ ଦେଢଣମାଲର ଗଜିନ୍, ଆନ୍ଧ୍ରପ୍ରଦେଶର ଏକ ନଳକୂପ କମ୍ପାନୀରେ କାମ କରିବା ପାଇଁ  ଡାକିନେଇଥିଲେ । ସେଠାରେ ଦୀର୍ଘ 6 ମାସ କାମ କରିବା ପରେ ଟଙ୍କାଟିଏ ବି ଦେଇନଥିଲା ମାଲିକ । ଗତ ୨୫ତାରିଖରେ ସମସ୍ତ ଟଙ୍କା ସହ ପରିବାର ପାଖକୁ ଫେରିବେ ବୋଲି ଫୋନ୍‌ କରି ଜମାଇଥିଲେ ଦେବରାଜ । ହେଲେ ସେ ଫେରିବେ କଣ ଆଶିଥିଲା ତାଙ୍କର ମୃତ୍ୟୁ ଖବର । ପରିବାରରେ ଏବେ ଶୋକର ଛାୟା ଖେଳିଯାଇଥିବା ବେଳେ ଦେବରାଜ ମାଲିକକୁ ନିଜ ପାରିଶ୍ରମିକ ମାଗିବାରୁ ତାଙ୍କୁ  ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥତ୍ସହିତ ତାଙ୍କ ମୃତଦେହ ଫେରାଇ ଆଣିବା ସହ କ୍ଷତିପୂରଣ ଦାବିକରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦେବରାଜଙ୍କୁ ହରାଇ ପରିବାରର ୬ଜଣ ସଦସ୍ୟ ଏବେ ବେସାହାରା ।  

ଶ୍ରମ ଅଧତ୍କାରୀ   କହିଛନ୍ତି  ଏନେଇ ଯୋଗାଯୋଗ ଜାରିରହିଛି । ମୃତକଙ୍କ ମୃତଦେହ ଯଥାଶୀଘ୍ର ଫେରାଇ ଅଣାଯିବ ।  ସରକାରଙ୍କ ନିୟମଅନୁସାରେ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ବ୍ୟବସ୍ଥା ହେବ ।  

ବୌଦ୍ଧ ଶିଳ୍ପ ବିହୀନ ଜିଲ୍ଲା ସାଙ୍ଗକୁ ମରୁଡି ବହୁଳ ଅଞ୍ଚଳ ହୋଇଥିବାରୁ କାମ ଧନ୍ଦା ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ  ଚାଲିଯାଉଛନ୍ତି  ଲୋକେ ।ଆଉ ସେଠାରେ ବହୁ ନିର୍ଯାତନାର ଶିକାର ହେଉଛନ୍ତି । ଏଥପ୍ରତି ସରକାର ଦୃଷ୍ଟି ଦେବା ସହ ଆଭଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି ।     

   Related Posts