ପୁଣି ଦାଦନ ଦୁଃଖ : କୁଏତରେ ଫସିଛନ୍ତି ଓଡିଆ ଶ୍ରମିକ, ଦିଆଯାଉଛି ନିର୍ଯାତନା

Published By : Prameya-News7 Bureau | February 18, 2020 IST

ସାନଖେମୁଣ୍ଡି ୧୮।୨: ଦିନକୁ ଦିନ ବଢିବାରେ ଲାଗିଛି ଦାଦନ ଶ୍ରମିକଙ୍କ ଦୁଃଖ । ପରିବାର ପ୍ରତିପୋଷଣ ପାଇଁ ସୁଦୂର କୁଏତକୁ ଦଲାଲଙ୍କ ମାଧ୍ୟମରେ ବଡ ବଡ କମ୍ପାନୀ ଏବଂ ଭଲ କାମର ଲୋଭ ଦେଖାଇ ବାହାରକୁ ଯାଉଛନ୍ତି । ହେଲେ ସେଠି ନିମ୍ନମାନର ଖାଦ୍ୟ ସହ ଅମାନୁଷିକ ଭାବେ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଆଉ ଠିକ୍ ସମୟରେ ଦରମା ମଧ୍ୟ ଦିଆଯାଉନାହିଁ । ତେଣୁ ଅନେକ ଦାଦନ ଶ୍ରମିକ ଫସି ରହୁଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି ।

{"id":225736,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଗାଁର ୨୭ ବର୍ଷ ବୟସ୍କ ଜିଲୁ ପୃଷ୍ଟି ଆନ୍ଧ୍ର ଏଜେଣ୍ଟଙ୍କ ଦ୍ଵାରା ଦାଦାନ ଖଟିବାକୁ ଯାଇ କୁଏତରେ ଫସିଛନ୍ତି । ବାହାରେ କାର୍ଯ୍ୟ କରିବା ସହ ପରିବାରର ଋଣ ସୁଝିବା ପାଇଁ ଅଧିକ ଟଙ୍କାର ଲାଳସାରେ କୁଏତ ଯାଇଥିଲେ ।

{"id":225737,"sizeSlug":"large"}

ହେଲେ ସେଠାରେ ତାଙ୍କୁ କିଭଳି ନିର୍ଯାତନା ଦିଆଯାଉଛି ସେ ଏବେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କୁ ଖାଇବା ସହ ଟଙ୍କା ଦେଉନଥିବା ବେଳେ କମ୍ପାନୀରୁ ବାହାରକୁ ବାହାର କରିଦେଇଥିଲେ ଏବଂ ସେ ଏବେ ୬ ମାସ ହେଲା କୁଏତରେ ଘର ଭଡା ନେଇ ରହୁଛନ୍ତି । ଘର ଲୋକଙ୍କୁ ଟଙ୍କା ମାଗି ଚଳୁଛନ୍ତି ।

{"id":225738,"sizeSlug":"large"}

ପୁଣି ଉକ୍ତ କମ୍ପାନୀ ଜିଲୁଙ୍କ ନାଁରେ କେସ୍ କରିଥିବା ସେ କହିଥିବା ବେଳେ ତାଙ୍କୁ ଭାରତୀୟ ଦୂତାବାସ କୌଣସି ସହଯୋଗ କରୁନାହିଁ । ଆଜି କୁଏତର ପୋଲିସ ତାଙ୍କୁ ଗିରଫ କରିବା ସହ ଜେଲ ପଠାଇବ ବୋଲି ଓ୍ବାଟ୍ସଆପ୍ ଭିଡିଓ କଲି ରେ ସେ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.