ଗୁଜରାଟରୁ ଫେରିବେ ଫସି ରହିଥିବା ଲକ୍ଷାଧିକ ଓଡ଼ିଆ ଶ୍ରମିକ, ବିଜୟ ରୂପାନୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
26/04/2020 at 5:56 PM

ଭୁବନେଶ୍ୱର, ୨୬|୦୪: ଗୁଜରାଟରୁ ଫେରିବେ ଫସି ରହିଥିବା ଲକ୍ଷାଧିକ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଓଡ଼ିଶା ଫେରାଇଆଣିବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ ଡାଉନ୍ ପରେ ବସ ଯୋଗେ ଶ୍ରମିକଙ୍କୁ ଫେରାଇ ଅଣାଯିବ ଆଣିବାକୁ ନିଷ୍ପତ୍ତି ହୋଇଛି । ଏଠାରେ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯିବ।
ଗୁଜରାଟରୁ ଫେରିବେ ପ୍ରବାସୀ ଓଡ଼ିଆ । ଗୁଜରାଟରୁ ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଆଣିବ ଲାଗି ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆଜି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ। ଲକଡାଉନ ପରେ ପ୍ରବାସୀ ଓଡ଼ିଆଙ୍କୁ ବସ୍ ଯୋଗେ ନିରାପଦରେ ଫେରାଇ ଅଣିବାକୁ ନିଷ୍ପତ୍ତି ହୋଇଛି ।
ଗୁଜରାଟରେ ସର୍ବାଧିକ ଓଡିଆ ରହିଥିବାରୁ ଦୁଇ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏକ କମିଟି ଗଠନ କରାଯିବ । ଏଥିରେ ଦୁଇ ରାଜ୍ୟରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ରହିବେ । ତେବେ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ସବୁ ବ୍ୟକ୍ତିଙ୍କର ପଞ୍ଜିକଣ ବାଧ୍ୟତାମୂଳକ । ଓଡ଼ିଶା ଫେରିବା ପରେ ସମସ୍ତଙ୍କୁ କ୍ବାରାଣ୍ଟାଇନରେ ରଖାଯିବ । ଶ୍ରମିକମାନଙ୍କୁ ନେଇ ଆସିବାକୁ ଥିବା ବସ ଗୁଡିକୁ ରୋଡ ଟ୍ୟାକ୍ସ ଛାଡ କରିବାକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ମିନି ଓଡ଼ିଶା କୁହାଯାଉଥିବା ଗୁଜରାଟର ସୁରଟରେ କାମଧନ୍ଦା ହରାଇଥିବା ଲକ୍ଷାଧିକ ଓଡ଼ିଆ ଶ୍ରମିକ ଅତି ଦୁର୍ବିସହ ଜୀବନ କାଟୁଛନ୍ତି । ବେରୋଜଗାରୀ ସାଙ୍ଗକୁ ପେଟର ଭୋକ ଅସମ୍ଭାଳ ହେବା କାରଣରୁ ନିକଟରେ ସୁରଟରେ ଶ୍ରମିକ ଅଶାନ୍ତି ଦେଖାଦେଇଥିଲେ । ଶ୍ରମିକମାନେ ନିଜ ଘରକୁ ଫେରିବା ଲାଗି ଭିଡିଓ ଯୋଗେ ସରକାରଙ୍କୁ ନିବେଦନ କରିଥିଲେ । ଦେଶରେ କରୋନା ହଟସ୍ପଟ ଥିବା ସହର ମଧ୍ୟରେ ସୁରଟ ଥିବା ବେଳେ ଏବେ ସେଠାରୁ ଅସହାୟ ଶ୍ରମିକମାନଙ୍କୁ ଫେରାଇ ଆଣିବା ନିଷ୍ପତ୍ତି ସେମାନଙ୍କ ମୁହଁରେ ଆଶା ଭରିଛି।

ସୁରଟର ବିଭିନ୍ନ କାରଖାନାରେ ଓଡ଼ିଶାର ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂସ କେବଳ ଗଞ୍ଜାମ ଜିଲ୍ଲାର। ଏତେ ସଂଖ୍ୟକ ଶ୍ରମିକଙ୍କୁ ଓଡ଼ିଶା ଅଣି ସେମାନଙ୍କୁ କ୍ବାରାଣ୍ଟାଇନରେ ରଖିବା ରାଜ୍ୟ ସରକାରଙ୍କ ବିଗ୍ ଚ୍ୟାଲେଞ୍ଜ ହେବ କିନ୍ତୁ ଶ୍ରମିକଙ୍କୁ ଯିବ ତାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଂଜ ନିଶ୍ଚୟ ।
