କର୍ଣ୍ଣାଟକରେ ଓଡିଆ ଶ୍ରମିକ ନିଖୋଜ, ମାସେ ହେଲାଣି ମିଳୁନି ପତ୍ତା
14/02/2020 at 7:51 AM

ବେଙ୍ଗାଲୁରୁ ୧୪।୨: କର୍ଣ୍ଣାଟକରେ ଜଣେ ଓଡିଆ ଶ୍ରମିକ ନିଖୋଜ । ମାଙ୍ଗାଲୋର ସହରର ଏକ କମ୍ପାନୀରେ କାମ କରୁଥିବା ଓଡିଆ ଶ୍ରମିକ ଶିବାଜୀ ଦିଗଲ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି ।

ଗତ ଜାନୁଆରୀ ୧୪ ତାରିଖରେ ଓଡିଶା ଫେରିବା ବାଟରେ ସେ ନିଖୋଜ ହୋଇଯାଇଛନ୍ତି । ୧୪ ତାରିଖ ଦ୍ବିପହର ୨ଟା ବେଳେ ସେ ପ୍ରଶାନ୍ତି ଏକ୍ସପ୍ରେସରେ ବସିଥିଲେ । ଏହାପରେ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଥିଲା । ଶିବାଜୀ ନିଖୋଜ ହେବାର ଏକ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ।

ଏ ନେଇ ଶିବାଜୀଙ୍କ ବାପା କଣ୍ଡପତି ଦିଗଲ ଜାନୁଆରୀ ୨୫ରେ ବେଙ୍ଗାଲୁରୁ ରେଲୱେ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ରେଲୱେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶିବାଜୀଙ୍କୁ ଖୋଜିବା ପାଇଁ ଓଡିଶା ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର ଲୋକେ ।
Related Posts
୮ ଜିଲ୍ଲାରେ ଘନ କୁହୁଡି, ସତର୍କ ରହିବାକୁ ପରାମର୍ଶ ଦେଲେ ଏସଆରସି
24 January 2021