ପଶ୍ଚିମବଙ୍ଗ ସୀମାରେ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳିକରି ଓଡିଆ ଯବାନଙ୍କ ଆତ୍ମହତ୍ୟା
27/03/2019 at 2:05 PM

ମୋହନା ୨୭|୩ : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଝିଲିକି ଗାଁର ଜଣେ ଓଡ଼ିଆ ଯବାନ ପଶ୍ଚିମବଙ୍ଗ ସୀମାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ହେଲେ ସାଗର ଗୌଡ । ସେ ସୀମାରେ ବିଏସଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତିରେ ସେ ପଶ୍ଚିମବଙ୍ଗ ସୀମା ପତିରାମ ଅଂଚଳରେ ଡ୍ୟୁଟି କରୁଥିବା ବେଳେ ପ୍ରାୟ ୧୧ଟା ୫୫ ସମୟରେ ନିଜ ସର୍ଭିସ୍ ବନ୍ଧୁକରୁ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ଡେପୁଟି କମାଣ୍ଡର ସୂଚନା ଦେଇଛନ୍ତି ।

ଗତକାଲି ରାତିରେ ପରିବାର ଲୋକଙ୍କୁ ତାଙ୍କର ମୃତ୍ୟୁ ସମ୍ପର୍କରେ ଖବର ଦିଆଯାଇଥିଲା । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯବାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ଆସିବ ବୋଲି ସୂଚନା ମିଳିଛି ।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021
ଚୋରାଚାଲାଣ ବେଳେ ଧରିଲା ବନବିଭାଗ, ବିପୁଳ ପରିମାଣର ମୁଲ୍ୟବାନ କାଠ୍ ଜବତ
20 January 2021
ରାଉରକେଲାରେ ପୁଣି ଲଜ୍ଜା : ଜଙ୍ଗଲକୁ ନେଇ ଶାଳୀକୁ ଦୁଷ୍କର୍ମ କଲା ଭିଣୋଇ !
20 January 2021
ମମତାର ସ୍ନେହ ଭୁଲିଗଲା ପୁଅ, ମା’କୁ ହାତୁଡିରେ ପିଟି ପିଟି କଲା ହତ୍ୟା
20 January 2021