ଆତଙ୍କବାଦୀ ସହ ଗୁଳିବିନିମୟ ବେଳେ ଓଡିଆ ଯବାନ ସହିଦ, ଆସନ୍ତାକାଲି ଗାଁକୁ ଫେରିବ ମରଶରୀର

Published By : Prameya-News7 Bureau | June 18, 2019 IST

କାମାକ୍ଷାନଗର ୧୮|୬: ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ସହିଦ ହୋଇଛନ୍ତି  ଓଡିଆ ବୀର ଯବାନ ଅଜିତ କୁମାର ସାହୁ । ଅଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ଗ୍ରାମରେ । ଅଜିତଙ୍କ ସହିଦ ହେବା ଖବର ଆସିବା ପରେ ଅଜିତଙ୍କ ଘରେ କାନ୍ଦବୋବାଳି ପଡିଛି । ଅଜିତଙ୍କ ସହିଦ ହେବା ଖବର ପାଇ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ଗାଁ ଓ ପରିବାରରେ ଶୋକାକୁଳ ପରିସ୍ଥିତି ।

{"id":124299,"width":579,"height":342}

ସୂଚନା ଅନୁସାରେ ଗତକାଲି ଜାମ୍ମୁକାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କର ଗୁଳି ବିନିମୟ ହୋଇଥିଲା । ଗୁଳିବିନିମୟ ଫଳରେ ଅଜିତ ଆହତ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":124300,"width":580,"height":409}

୨୦୧୫ ମସିହାରେ ସେନାରେ ଯୋଗଦେଇଥିଲେ ଅଜିତ । ଆସନ୍ତାକାଲି ଅଜିତଙ୍କ ମରଶରୀର ତାଙ୍କ ପୈତୃକ ଗାଁକୁ ଆସିବ । ଅଜିତ ସହିତ ହେବା ନେଇ ଆର୍ମି କ୍ୟାମ୍ପରୁ ଆଜି ପରିବାରଲୋକଙ୍କୁ ଫୋନ୍ ଆସିଥିଲା । ଏ ଖବର ଆସିବା ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.