ହନିଟ୍ରାପ୍‌ରେ ପଡ଼ି ଗିରଫ ହୋଇଥିବା ଓଡ଼ିଆ ଯବାନଙ୍କୁ ଚାଲିଛି ଜେରା

Published By : Prameya-News7 Bureau | November 07, 2019 IST

ନୂଆଦିଲ୍ଲୀ ୦୭।୧୧ - ହନିଟ୍ରାପ୍‌ରେ ପଡ଼ି ଗିରଫ ହୋଇଥିବା ଓଡ଼ିଆ ଯବାନଙ୍କୁ ଜେରା ଚାଲିଛି । ରାଜସ୍ଥାନର ପୋଖରାନରେ ଓଡ଼ିଆ ଯବାନ ବିଚିତ୍ର ବେହେରା ପାକିସ୍ତାନର ହନିଟ୍ରାପ୍‌ରେ ପଡ଼ିବା ପରେ ତାଙ୍କୁ ଠାରୁ ଅନେକ ଗୁଡ଼ିଏ ତଥ୍ୟ ଆଦାୟ କରାଯାଇଥିବା ଦାବି କରୁଛି ରାଜସ୍ଥାନ ପୋଲିସ ।ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇକୁ ସୋସିଆଲ ମିଡିଆ ଦ୍ବାରା କି କି ତଥ୍ୟ ପ୍ରଦାନ କରିଛନ୍ତି ସେନେଇ ତନାଘନା ଚାଲିଛି। ତେବେ ନ୍ୟୁଜ ସେଭେନ ପକ୍ଷରୁ ସଂପୃକ୍ତ ଯବାନଙ୍କ ଘରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତଦନ୍ତର ଦିଗ ଉପରେ ଦୃଷ୍ଟି ରଖି ବର୍ତ୍ତମାନ ପାଇଁ ଏହାକୁ ଗୁପ୍ତ ରଖାଯାଇଛି।

{"id":180680}

ପୂର୍ବରୁ ହନି ହନି ହେଉଥିଲେ ଏବେ ଟ୍ରାପ୍‌ରେ ପଡ଼ିଗଲେ । ଓଡ଼ିଆ ଯବାନ ଜଣେ ହନିଟ୍ରାପରେ ଗିରଫ ହେବାକୁ ନେଇ ଚାରିଆଡ଼େ ଲାଗି ରହିଛି ଚର୍ଚ୍ଚା। ପାକିସ୍ତାନୀ ଗୁପ୍ତଚର ପଂଜାବୀ କୁଡ଼ି ହେଇ ପକାଇଥିଲା ଜାଲ। ମିଠା ମିଠା କଥା କହିଥିଲା। ପ୍ରେମଜାଲରେ ଫସି ଯାଇଥିଲେ ଭାରତୀୟ ସେନାରେ କାର୍ଯ୍ୟରତ ଏହି ଓଡ଼ିଆ ଯବାନ ବିଚିତ୍ର ବେହେରା ।  ଓଗାଳି ଦେଇଥିଲେ ସେନାର ସିକ୍ରେଟ। ଫେସବୁକ୍‌ ହ୍ବାଟ୍ସଆପ୍‌ରେ ପାକିସ୍ତାନୀ ଏଜେଣ୍ଟଙ୍କୁ ସେୟାର କରିଦେଲେ ତଥ୍ୟ । ମିଳିଥିବା ସୂଚନା ଅନୁସାରେ ଏହା ବଦଳରେ ତାଙ୍କୁ କୁଆଡ଼େ ମିଳିଥିଲା ମନ ମୁତାବକ ଟଙ୍କା । ବିଚିତ୍ର ବେହେରାଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ଡିଟେଲ ଯାଞ୍ଚ କରାଯାଉଛି ।

{"id":180682}

ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କ ସମେତ ସେନାର ୧୨ ଜଣ ଯବାନ ପୋଖରାନ ଫିଲ୍‌ଡ ଫାୟାରିଂ ରେଞ୍ଜରେ ମୁତୟନ ଥିଲେ । ବେଶ୍‌ କିଛି ଦିନ ଧରି ବିଚିତ୍ର ବେହେରା ପୋଲିସର ସ୍କାନରରେ ଥିଲା। ଆଉ ଗତକାଲି ବିଚିତ୍ର ବେହେରାଙ୍କ ସହିତ ମଧ୍ୟପ୍ରଦେଶର ଜଣେ ଯବାନ ଲାନ୍‌ସ ନାଏକ ରବି ବର୍ମାଙ୍କୁ ଗିରଫ କରାଯାଇଥିବା ରାଜସ୍ଥାନ ପୋଲିସର ଏଡିଜି ଇଣ୍ଟେଲିଜେନ୍ସ ଉମେଶ ମିଶ୍ର ସୂଚନା ଦେଇଛନ୍ତି ।

{"id":180683}

ରାଜସ୍ଥାନର ପୋଖରାନରେ ପୋଷ୍ଟିଂ ହୋଇଥିଲେ ଏହି ଓଡ଼ିଆ ଯବାନ ଅଧିକ ଅର୍ଥ ଲୋଭ ଏବଂ ପାକିସ୍ତାନୀ ସୁନ୍ଦରୀଙ୍କ ଚାଲରେ ଆସି ସେନାର ଗୁପ୍ତ ତଥ୍ୟ ଫେସବୁକ୍‌ ଏବଂ ହାଟ୍ସଆପ୍‌ରେ ପଠାଇଛନ୍ତି। ନ ରାଜସ୍ଥାନ ସୀମାରେ ଥିବା ବିଏସ୍‌ଏଫ୍‌ର ଚେକ୍‌ପୋଷ୍ଟ, ଜୟସାଲମେର, ବାରମେର୍‌ ଓ ଶ୍ରୀଗଙ୍ଗାନଗରରେ ଯବାନଙ୍କ ମୁତୟନ,  ସ୍ଥଳସେନା ଓ ବାୟୁ ସେନାର ଯୁଦ୍ଧାଭ୍ୟାସ, ସେନା ବାହିନୀ ପାଖରେ ଥିବା ଅସ୍ତ୍ର ସଂପର୍କିତ ସୂଚନା ଶତ୍ରୁକୁ ଦେଇଛନ୍ତ ।ବିଚିତ୍ର ବେହେରାଙ୍କ ଗିରଫ ସଂପର୍କରେ ଜଣା ପଡ଼ିବା ପରେ ନ୍ୟୁଜ ସେଭେନ ପକ୍ଷରୁ ତାଙ୍କ ଘର ସହିତ ଯୋଗାଯୋଗ କରାଯାଇଥିଲା

{"id":180684}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.