ଜମ୍ମୁ କାଶ୍ମୀରର ବାରମୂଳା ସୀମାରେ ସହିଦ ହେଲେ ଓଡିଆ ଯବାନ ହେମନ୍ତ କୁମାର ପଣ୍ଡା, ଆସନ୍ତା କାଲି ପହଞ୍ଚିବ ମର ଶରୀର

Published By : Prameya-News7 Bureau | January 26, 2019 IST

ଖୋର୍ଦ୍ଧା ୨୬|୧: ଜମ୍ମୁ କାଶ୍ମୀରର ବାରମୂଳା ସୀମାରେ ସହିଦ ହୋଇଛନ୍ତି ଓଡିଆ ଯବାନ ହେମନ୍ତ କୁମାର ପଣ୍ଡା । ଆଜି ସକାଳେ ସୀମା ଆରପଟୁ ହୋଇଥିବା ଗୁଳିମାଡରେ ଆଜି ସକାଳେ ସେ ସହିଦ ହୋଇଛନ୍ତି ।ସହିଦ ହେମନ୍ତଙ୍କ ନିଜ ଗାଁ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଅଠରାଙ୍ଗ । ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ତିନି ବର୍ଷ ତଳେ ସେ ସେନାବାହିନୀରେ ଯୋଗ ଦେଇଥିଲେ । ୪୩ ରାଷ୍ଟ୍ରୀୟ ରାଇଫଲ ରେଜିମେଣ୍ଟରେ ସେ କାର୍ଯ୍ୟରତ ଥିଲେ । ଅବସରପ୍ରାପ୍ତ ସୁବେଦାର ମେଜର ପବିତ୍ର ମୋହନ ପଣ୍ଡାଙ୍କ ସେ ଏକମାତ୍ର ସନ୍ତାନ ଥିଲେ । ହେମନ୍ତଙ୍କ ସଦିଦ ଖବର ଆଜି ଅପରାହ୍ନରେ ପହଞ୍ଚିବାପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ତାଙ୍କ ମର ଶରୀର ଅଠରାଙ୍ଗରେ ପହଞ୍ଚିବ ବୋଲି ଜଣାପଡିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.