ଯାତ୍ରା କଳାକାରର ମନର ବେଦନା- ମଞ୍ଚକୁ ଆସିଲେ ସବୁ ଦୁଃଖ ଭୁଲିଯାଏ,ହେଲେ .... ଶୁଣନ୍ତୁ ସେମାନଙ୍କ ମୁହଁରୁ

Published By : Prameya-News7 Bureau | February 13, 2020 IST

ଭୁବନେଶ୍ୱର ୧୩।୦୨- ଖଣ୍ଡଗିରିରେ ଏବେ ଯାତ୍ରା ବା ଅପେରାର ମେଳା । କଳିଙ୍ଗ, ସୂର୍ଯ୍ୟମନ୍ଦିର, ରାଜଧାନୀ ପରି ଅନେକ ନାମୀଦାମୀ ଅପେରାରେ ଲୋକପ୍ରିୟ କଳାକାର ସହ ଦମଦାର ଆକ୍ସନ ଓ ଡାଇଲଗ୍‌ ଶୀତୁଆ ରାତିର ପରିବେଶକୁ ଉଷ୍ମ କରିଦେଉଛି । ଯାତ୍ରାପ୍ରେମୀ ବି ମନଭରି ଉପଭୋଗ କରୁଛନ୍ତି ଲାଇଭ ଆକ୍ସନ, ଡ୍ରାମା , ଡାଇଲଗ୍‌ ।
ହେଲେ ଯାତ୍ରା କଳାକାର ମନରେ ଅନେକ ଦୁଃଖ । ଅନେକ ସମୟରେ ମନର କୋହ ଆଖିର ଲୁହକୁ ଛାତି ତଳେ ଚାପି ଦେଇ ହସ ହସ ମୁହଁରେ ଅଭିନୟ କରିଥାଏ ।

wp:html /wp:html

ମେକ୍‌ଅପ୍‌ ତଳେ ଲୁଚିଯ।ଏ ମନର ବେଦନା । ରଙ୍ଗୀନ ଆଲୋକରେ ଜଣା ପଡେନି ମନ ତଳେ ଝରି ଯାଉଥିବା ଲୁହ । ଯାତ୍ରା ଚାଲିଥିବା ବେଳେ କଳାକାର ଯାଏ ପାରିନି ଘରକୁ । ଯେତେ କଷ୍ଟ ଓ ଦରକାର ପଡିଲେ ବି ଯାତ୍ରା ପେଣ୍ଡାଲରେ ତାକୁ ଅଭିନୟ କରିବାକୁ ପଡେ । ଏପରି ମନର କୋହକୁ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ଲୋକପ୍ରିୟ ଯାତ୍ରା କଳାକାର ବିନୋଦ । ପିତୃ ବିୟୋଗରେ ଯାଇ ପାରି ନଥିଲେ ଘରକୁ ।

ଲୋକପ୍ରିୟ ଯାତ୍ରା କଳାକାର ସୁରେଶ ପଣ୍ଡା ବି ସେହି କଥା କହିଛନ୍ତି ।ମାତୃ ବିୟୋଗ ସମୟର ଦୁଃଖକୁ ।

wp:html /wp:html


ଇଶ୍ୱରକ ଅବଦାନ କି ଆଶୀର୍ବାଦ ଜାଣି ପାରି ନାହାନ୍ତି । ଲୋକଙ୍କ ପାଖକୁ ଯାଇ ଯାତ୍ରା କରିଥାଆନ୍ତି । ଯାତ୍ରାରେ ଯାଯାବର ଜୀବନ । ପିତୃ ବିୟୋଗରେ ଘରକୁ ଯ।ଇ ନଥିଲେ ବିନୋଦ । ରାତିରେ ଖବର ପାଇ ବି ଘରକୁ ଯାଇ ନଥିଲେ । ତା ପର ଦିନ ସକାଳେ ସେ ଯାଇଥିଲେ ଅନ୍ତିମ ସଂସ୍କାର ପାଇଁ । ସେ ଦିନ ସେ ଯାତ୍ରା ଛାଡି ବା ପାଇଁ ଚିନ୍ତା କରିଥିଲେ । ମାତ୍ର ଲୋକଙ୍କ ଭଲ ପାଇବା ଯୋଗୁଁ ସେ ଅଟକି ଯାଇଥିଲେ ।

ଦୈତିରୀ ପଣ୍ଡା ବି କହିଛନ୍ତି କିଛି ମନର କଥାକୁ ।

wp:html /wp:html


ଯାତ୍ରାରେ ଅଭିନୟ କରିବା ବେଳେ ସେ ଅନେକ କିଛି ଭୁଲିଯାଆନ୍ତି । ଚରିତ୍ର ଭିତରେ ହଜି ଯାଇଥାଆନ୍ତି । ମାତ୍ର ପରେ ସାଧାରଣ ମଣିଷ ପରି ଅନେକ କିଛି କାମୁଡି ଗୋଡାଇ ଥାଏ । ହେଲେ ପୁଣି ସେମାନେ କିପରି ଲୋକଙ୍କୁ ଅଭିନୟରେ ହସାଇ କନ୍ଦାଇ ପାରିବେ ସେ କଥା ଚିନ୍ତା କରିଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.