ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସୁରକ୍ଷା ଦାୟିତ୍ବରେ ଓଡିଆ ପୁଅ

Published By : Prameya-News7 Bureau | October 11, 2019 IST

ବେଙ୍ଗାଲୁରୁ ୧୧।୧୦: ଭାରତ ଗସ୍ତରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ । ବିଶ୍ବର ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଉ ଚୀନ୍ ଦ୍ବିପାକ୍ଷିକ ଆଲୋଚନା ଚେନ୍ନାଇ ସହର ପାଖ ଐତିହାସିକ ପର୍ଯ୍ୟଟନସ୍ଥଳୀ ମାମଲାପୁରମ୍ ର ସମୁଦ୍ର କୂଳରେ ବିଚ୍ ରିସଟ୍ ରେ ଅନୁଷ୍ଠିତ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ର ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କର ଏହି ଅନୌପଚାରିକ ସାକ୍ଷାତକାର ପାଇଁ ଚେନ୍ନାଇରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଠାରେ ପହଞ୍ଚି ସାରିଛନ୍ତି ।

ତେବେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଚେନ୍ନାଇର ଆନ୍ତର୍ଜାତିକ ବିମାନବନ୍ଦରଠାରୁ ଆରମ୍ଭ କରି ମାମଲାପୁରମ୍ ପର୍ଯ୍ୟନ୍ତ ୬୦ କିଲୋମିଟର ରାସ୍ତାରେ ପୋଲିସ ଛାଉଣୀ ହୋଇ ରହିଛି । ସୁରକ୍ଷା ବ୍ୟବସ୍ଥା ଦାୟିତ୍ବରେ ଅଛନ୍ତି ଓଡିଆ ପୁଅ ତଥା ତାମିଲନାଡୁର ଡିଜିପି ଜେ.କେ. ତ୍ରିପାଠୀ । ପୁରା ଚେନ୍ନାଇ ସହରରେ ୧୬ହଜାରରୁ ୧୮ହଜାର ପର୍ଯ୍ୟନ୍ତ ପୋଲିସ ମୁତୟନ କରାଯାଇଛି । ଆନ୍ଦୋଳନକୁ ନଜରରେ ରଖି ଚେନ୍ନାଇ ପୋଲିସ ଦଶ ଜଣ ତିବ୍ଦତୀୟ ନାଗରିକମାନଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨୫ ଜଣଙ୍କୁ ଜେରା କରିବା ପରେ ଛାଡି ଦେଇଛି ।

ଦୁଇ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଏହି ରାସ୍ତାରେ ବିଭିନ୍ନ ଛକମାନଙ୍କରେ କଳାକାରମାନଙ୍କ ଦ୍ବାରା ପାରମ୍ପରିକ ନୃତ୍ୟର ଆୟୋଜନ ମଧ୍ୟ କରାଯାଇଛି ।

ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍ ମାମଲାପୁରମ୍ର ଐତିହାସିକ ମନୋମେଣ୍ଟ ଅର୍ଜୁନ ଗୁମ୍ଫା, ପାଞ୍ଚ ରଥ,ସୋର୍ ମନ୍ଦିର ଭଳି ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେହି ସ୍ଥାନ ଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.