Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତାମିଲ୍‌ ସିନେମାରେ ଓଡିଆ ହିରୋ

13/12/2019 at 8:41 PM

ଚେନ୍ନାଇ ୧୩।୧୨ – ତାମିଲ୍‌ ସିନେମାରେ ଅନେକ ସୁପର ଷ୍ଟାର ରହିଛନ୍ତି। ସୁପରଷ୍ଟାର ରଜନୀକାନ୍ତ ଓ କମଲ ହାସଲଙ୍କ ସହ ଅନେକ ଅଭିନେତା ରହିଛନ୍ତି । ହେଲେ ଜଣେ ଓଡିଆ ପୁଅ ଏବେ ତାମିଲ ସିନେମାରେ ହିରୋ ଭାବେ ନଜର ଆସିବେ ।

ଅଲିଉଡ୍‌ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଏବେ ତାମିଲ ସିନେମା ନାଦିର ଧିନାରେ ନଜର ଆସିବେ। ନାଦିର ଧିନାରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସବ୍ୟାସାଚୀ ଅନେର ବଙ୍ଗାଳୀ ଓ ତେଲଗୁ ସିନେମାରେ ନଜର ଆସିଛନ୍ତି । ପ୍ରଥମେ ଓଡିଆ ଆଲବନ୍‌ ଗୀତରୁ ସବ୍ୟସାଚୀ ଅଭିନୟ ଆରମ୍ଭ କରିଥିଲେ ।

ପରେ ସେ ଜଣେ ଲୋକପ୍ରିୟ ଅଭିନେତା ହୋଇପାରିଥିଲେ । ଅନେକ ଓଡିଆ ସିନେମାରେ ସବ୍ୟସାଚୀଙ୍କୁ ଦେଖିବାକୁ ମିଳିଛି ।

ନିକଟରେ ତାଙ୍କ ବଙ୍ଗାଳୀ ସିନେମା ରକ୍ତମୁକୀର ନୀଳା ଓ ତେଲଗୁ ସିନେମା ଅଦି ଓକା ଇଡଲ୍‌ରେଦେଖିବାକୁ ମିଳିଛି ।

   Related Posts