ଜଗନ୍ନାଥଙ୍କ ପଟ୍ଟଚିତ୍ର ଆଙ୍କି ବିଶ୍ଵ ରେକର୍ଡ କଲେ ଓଡିଆ ଝିଅ ସ୍ଵସ୍ତିକା ରଥ

Published By : Prameya-News7 Bureau | September 18, 2021 IST

ଭୁବନେଶ୍ଵର ୧୮।୦୯: ସବୁଠୁ ସୂକ୍ଷ୍ମ ପଟ୍ଟଚିତ୍ର ଆଙ୍କି କଲେ ବିଶ୍ଵ ରେକର୍ଡ। ପଥରରେ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ଆଙ୍କି ଇଣ୍ଟର ନ୍ୟାସନାଲ ବୁକ୍ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ଓଡିଶାର ସ୍ଵସ୍ତିକା ରଥ। ଖୁବ୍ ଅଳ୍ପ ବୟସରେ ସେ ନିଜ ନାମରେ ଏହି ଉପଲବ୍ଧି ହାସଲ କରି ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସ୍ଵସ୍ତିକା। ସେ ଏବେ ଇନଷ୍ଟିଚ୍ୟୁଟ୍ ଅଫ ଏଗ୍ରିକଲଚାର ସାଇନ୍ସ(ଆଇଏଏସ)ରେ ବିଏସସିର ପ୍ରଥମ ବର୍ଷର ଛାତ୍ରୀ। ଏ ନେଇ ସୂଚନା ଦେଇଛନ୍ତି ଆଇଏଏସର ଡିନ୍ ଡ.ବିକେ ସାହୁ।

ସ୍ଵସ୍ତିକା ପଥରରେ ଚାରି କୋଟି ଓଡିଆଙ୍କ ଆସ୍ଥା ଓ ଅସ୍ମିତାର ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କ ପଟ୍ଟ ଚିତ୍ର ଆଙ୍କି ଏହି ବିରାଟ ଉପଲବ୍ଧି ହାସଲ କରିଛନ୍ତି। ସେ ପଥରରେ ଯେଉଁ ପଟ୍ଟଚିତ୍ର ଆଙ୍କିଛନ୍ତି ତାର ଉଚ୍ଚତା ୯.୪ ସେଣ୍ଟିମିଟର ଏବଂ ଓସାର ୫.୪ ସେଣ୍ଟିମିଟର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.