Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ରଣବୀର ଓ ସାରା ଅଲ୍ଲୀଙ୍କ ସହ ସିମ୍ବା ଫିଲ୍ମରେ ଅଭିନୟ କରିଛନ୍ତି ଓଡିଆ ଝିଅ , ଜାଣନ୍ତୁ ତାଙ୍କ ବିଷୟରେ

30/12/2018 at 9:05 PM

ଭୁବନେଶ୍ବର୩୦|୧୨: ଗତ ସପ୍ତାହରେ ମୁକ୍ତିଲାଭ କରିଥିବା ସିମ୍ବା ଏବେ ଭଲ ବ୍ୟବସାୟ କରୁଛି । ରୋହୀତ ସେଟ୍ଟୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂ ଓ ସାରା ଅଲ୍ଲୀ ଖାନଙ୍କ ସହ ଅଭିନୟ କରିଛନ୍ତି କଟକର ଝିଅ ସୁପ୍ରିୟା ରୟ । ଫିଲ୍ମରେ ସାରା ଅଲ୍ଲୀଙ୍କ ବାନ୍ଧବୀ ଭୂମିକାରେ ସୁପ୍ରିୟା ବେଶ ଭଲ ଅଭିନୟ କରିଥିବା ଦେଖିବାକୁ ମିଳିଛି । ସୁପ୍ରିୟା ସିମ୍ବାରେ ଅଭିନୟ କରୁଥିବା କଥା ଆଗରୁ କେହି ଜାଣି ନଥିଲେ । ଫିଲ୍ମ ରିଲିଜ ହେବା ପରେ ସମସ୍ତେ ଏବେ ଖୋଜୁଛନ୍ତି କିଏ ଏହି ସୁପ୍ରିୟା ଯିଏ କଟକରୁ ସିଧାସଳଖ ବଲିଉଡରେ ଏଣ୍ଟ୍ରି ମାରିଛନ୍ତି।

ସୁପ୍ରିୟା କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବାପରେ ବାଂଗାଳୁରୁରେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ । ଇନସିଓରାନ୍ସ ଓ ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା ନିଲଂଜନ ରଏଙ୍କ ସହ ତାଙ୍କର ବାହା ହେବାପରେ କିଛି ଦିନ ସେ ମୁମ୍ବାଇରେ ରହୁଥିଲେ । ତାଙ୍କର ୪ବର୍ଷର ପୁଅ ଅଛି ।

ସିମ୍ବାରେ ଝିଅର ଅଭିନୟ ପାଇଁ ତାଙ୍କ ବାପା ଡିପି ଚୌଧୁରୀ ତାଙ୍କୁ ଫେସ୍‌ବୁକ ରେ ଅଭିନନ୍ଦନ ଜଣାଇଛନ୍ତି । ବାପା ଲେଖିଛନ୍ତି ଯେ, ସେ ତାଙ୍କ ଝିଅ ଓ ଜ୍ବାଇଁଙ୍କ ପାଇଁ ଗର୍ବିତ । ବିଭିନ୍ନ ଗଣ ମାଧ୍ୟମ ସହ କଥାବାର୍ତ୍ତା ହେଲା ବେଳେ ସୁପ୍ରିୟା କହିଛନ୍ତି ଯେ, ସିମ୍ବା ପାଇଁ ୩୫ ଦିନ ଧରି ସୁଟିଂ କଲାବେଳେ ପୁଅକୁ ଛାଡି ଯିବାକୁ ପଡିଥିଲା । ଏହା କଷ୍ଟ ଦାୟକ ହେଲେ ମଧ୍ୟ ସୁଟିଂସେଟ୍‌ ରେ ଭଲ ଅନୁଭୂତି ହୋଇଥିଲା । ନିର୍ଦ୍ଦେଶକ ରୋହୀତ ସେଟ୍ଟିଂକ ସହଯୋଗ ଓ ନିର୍ଦ୍ଦେଶନା ତାଙ୍କୁ ବେଶ ପ୍ରଭାବିତ କରିଥିଲା ବୋଲି ସୁପ୍ରିୟା କୁହନ୍ତି ।

ସୁପ୍ରିୟା ୨୦୦୬ ମସିହାରେ ମିସ କଟକ ହୋଇଥିଲେ । ଏଥି ସହ ସେ କିଚିଦିନ ମଡେଲିଂ ମଧ୍ୟ କରିଥିଲେ । ଏକ ଇଣ୍ଡୋ କାନାଡିଆନ ମୁଭିରେ ମଧ୍ୟ ସେ ନଜର ଆସିଥିଲେ । ପିଲାବେଳୁ ଅଭିନୟ ପ୍ରତି ତାଙ୍କର ପ୍ରବଳ ଆକର୍ଷଣ ରହିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ମୁକ୍ତି ଲାଭ କରିଥିବା ଦୁଇ ଦିନ ମଧ୍ୟରେ ୪୪କୋଟି ଟଂକାର ବ୍ୟବସାୟ କରିସାରିଲାଣି । ଫିଲ୍ମରେ ରଣବୀର ସିଂ ଓ ସାରା ଅଲ୍ଲୀ ଖାନଙ୍କ ବ୍ୟତୀତ ଅଜୟ ଦେବଗନ ଓ ଅକ୍ଷୟ କୁମାରଙ୍କର ଗେଷ୍ଟ ଆପିଏରାନ୍ସ ରହିଛି । ଫିଲ୍ମରେ ଆଶୁତୋଷ ରାଣା, ସୋନୁ ସୁଦ୍, ହାସ୍ୟ ଅଭିନେତା ସିଦ୍ଧାର୍ଥ , ବିଜୟ ପାଟକର ପ୍ରମୁଖ ଅଭିନୟ କରିଛନ୍ତି । ୮୦କୋଟି ବଜେଟରେ ନିର୍ମିତ ଏହି ଫିଲ୍ମରେ ଓଡିଆ ଝିଅ ସୁପ୍ରୟା ଅଭିନୟ କରିବା ନିଶ୍ଚୟ ଓଡିଶା ପାଇଁ ଗର୍ବର ବିଷୟ ।

ସିମ୍ବା ଫିଲ୍ମର ଲିଙ୍କ ସିଂଘମ ଫିଲ୍ମ ସହିତ ରହିଛି । ସିଙ୍ଗମ ଫିଲ୍ମର ପୋଲିସ ଅଧିକାରୀ ନିଜର ଦକ୍ଷତା, ନିଷ୍ଠା ଓ ସ୍ବଚ୍ଚତା ପାଇଁ ନାଁ କରିଥିଲେ । ସେ ଯେଉଁ ଗାଁର ସେହି ଗାଁରେ ହିଁ ଜନ୍ମ ହୋଇଥିବା ହୋଇଥିବା ଆଉ ଏକ ପିଲା ପୋଲିସ ଅଧିକାରୀ ହେବା ପାଇଁ ପିଲାବେଳୁ ମନସ୍ଥ କରିଥିଲା । କିନ୍ତୁ ବଡ ହୋଇ ସେ ଯେତେବେଳେ ପୋଲିସ ଅଧିକାରୀ ହୋଇଛି ସେତେବେଳେ ସେ ସିଂଘମର ସବୁ ବିପରୀତ କାମ କରୁଛି । କିନ୍ତୁ ଅବସ୍ଥାଚକ୍ରରେ ସେ ପୁଣି ଠିକ ରାସ୍ତାକୁ ଆସିଯାଉଛି । ଫିଲ୍ମରେ ରଣବୀରଙ୍କ ନାଁ ଏସିପି ସଂଗ୍ରମ ଭଲେ ରାଓ ରହିଛି ।  କିନ୍ତୁ ଡାକ ନାଁ ସିମ୍ବା ରହିଛି ।

   Related Posts