ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ ସୃଷ୍ଟି ,ହଙ୍ଗକଙ୍ଗ୍‌ର ଟ୍ୟାଲେଣ୍ଟ ଷ୍ଟାରରେ ସ୍ୱର୍ଣ୍ଣ ପୁରସ୍କାର ଜିତିଲେ

Published By : Prameya-News7 Bureau | September 15, 2019 IST

ଭୁବନେଶ୍ବର ୧୫।୦୯-ବିଶ୍ବ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ | ଭୁବନେଶ୍ବରର ସୃଷ୍ଟି ଦାସ ହୋଇଛନ୍ତି ଟ୍ୟାଲେଣ୍ଟ ଷ୍ଟାରର ଗୋଲ୍ଡ ପୁରସ୍କାର ବିଜେତା | ହଂକଂରେ ଆୟୋଜିତ ଟ୍ୟାଲେଣ୍ଟ ଷ୍ଟାର ଇଣ୍ଟରନ୍ୟାସନାଲର ପ୍ରି-ଟିନ୍ ବର୍ଗରେ ସେ ଏହି କୃତିତ୍ବ ହାସଲ କରିଛନ୍ତି | ଭିଏସଏସ ନଗରରେ ରହୁଥିବା ସୋଭେନ ଦାସ ଓ ସ୍ମିତା ଦାସଙ୍କ ୧୨ ବର୍ଷର ଝିଅ ସୃଷ୍ଟି ସପ୍ତମ ଶ୍ରେଣୀର ଛାତ୍ରୀ |

{"id":158259}

କରାଟେ, ଡ୍ୟାନ୍ସ ଓ ମଡେଲିଂରେ ରଖୁଥିବା ସୃଷ୍ଟି ଗତମାସ ୨୩ରୁ ୨୫ ଯାଏଁ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଥିଲେ | ଏଥିରେ ୧୨ଟି ଦେଶର ୫୦ ପ୍ରତିଯୋଗୀ ଭାଗ ନେଇଥିଲେ |ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଥିବା ମହିଳାମାନଙ୍କ ଥିମକୁ ନେଇ ସୃଷ୍ଟି ପର୍ଫମାନ୍ସ କରିଥିଲେ | ଯାହା ବେଶ୍ ପ୍ରଶଂସିତ ହୋଇପାରିଥିଲା |

{"id":158261}

ବିଶେଷକରି, ଷ୍ଟଣ୍ଟ ଜରିଆରେ ମାର୍ବଲ ଖଣ୍ଡ ଭାଙ୍ଗିବା ଆକର୍ଷଣୀୟ ହୋଇଥିଲା | ସେ ଚାମ୍ପିଅନ ଭାବେ କ୍ରାଉନ ବିଜେତା ହୋଇପାରି ନ ଥିଲେ ବି ଗୋଲ୍ଡ ଆୱାର୍ଡି ହୋଇପାରିଥିଲେ | ତାଙ୍କର ଏହି କୃତିତ୍ବ ସାରା ଦେଶକୁ ଗର୍ବିତ କରିବା ସହ ରାଜ୍ୟ ପାଇଁ ଗୌରବ ଆଣି ଦେଇଛି ।

wp:core-embed/youtube {"url":"https://www.youtube.com/watch?v=HWfskAJ8Lyk","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=HWfskAJ8Lyk
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.