Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାୟାନଗରୀରେ ଚମକୁଛନ୍ତି ଓଡ଼ିଆ ଝିଅ ରିୟାନା, OTT ପ୍ଲାଟଫର୍ମରେ କରୁଛନ୍ତି ରାଜ୍‌

14/04/2021 at 11:20 AM

ମୁମ୍ବାଇ ୧୪।୦୪: ମାୟାନଗରୀରେ ଚମକୁଛନ୍ତି ଆଉ ଜଣେ ଓଡିଆ ଝିଅ । ବଲିଉଡ଼ରେ କାମ କରି ଏବେ ଚର୍ଚ୍ଚାରେ ଓଡିଆ ଝିଅ ରିୟାନା ଶୁକ୍ଲା । ଅଭିନୟ ଓ ମଡେଲିଂ କରି ବେଶ ଆଗରେ ଥିବା ଓଡିଆ ଝିଅ ରିୟାନା ଏବେ ନିଜ ଫିଲ୍ମ ଓ ୱେବ୍‌ସିରିଜ୍‌କୁ  ନେଇ ଓଟିଟି ପ୍ଲାଟ୍‌ଫର୍ମରେ ରାଜ୍‌ କରୁଛନ୍ତି । ନିକଟରେ ଓଟିଟି ପ୍ଲାଟ୍‌ଫର୍ମ ଏମ୍‌ଏକ୍ସ ପ୍ଲେୟାରରେ ତାଙ୍କର ସିନେମା ଏବଂ ୱେବସିରିଜ୍‌ ଷ୍ଟ୍ରିମିଂ ହେବାରେ ଲାଗିଛି ।

prameyanews

ହିନ୍ଦୀ ହରର୍‌ ୱେବ୍‌ସିରିଜ୍‌ ‘ଫ୍ୟାନ୍ସି’ ସହ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଏ ଦିଲ୍‌ ତତେ ଦେଲି’ ଷ୍ଟ୍ରିମଂ ହୋଇଛି । ଦୁଇଟି ଫିଲ୍ମକୁ ଦର୍ଶକମାନେ ଖୁବ୍‌ ଭଲପାଇବା ଦେଉଛନ୍ତି । ଯାହାକୁ ନେଇ ରିୟାନା ଖୁବ୍‌ ଉତ୍ସାହିତ ଅଛନ୍ତି ।

ସେ କହିଛନ୍ତି, ଜାତୀୟସ୍ତରୀୟ ଓଟିଟି ପ୍ଲାଟ୍‌ଫର୍ମରେ ଓଡ଼ିଆ ସିନେମା ଷ୍ଟ୍ରିମିଂ ହେବା ମୋ ପାଇଁ ବହୁତ ଗର୍ବର କଥା । ଖୁସି ଲାଗୁଛି ମୋ ଫିଲ୍ମୀ ଷ୍ଟ୍ରିମିଂ ହେଉଛି । ବର୍ତ୍ତମାନ କରୋନା କଟକଣା ଲାଗି ସୁଟିଂ ବନ୍ଦ ଥିବାରୁ ଭବିଷ୍ୟତ ଯୋଜନାରେ ବ୍ୟସ୍ତ ରହିଛି ।

ଆଗକୁ ସସ୍‌ପେନ୍ସ ଥ୍ରିଲର୍‌ ୱେବ୍‌ସିରିଜ୍‌ ‘ଦି ଏଣ୍ଡ୍‌’ ଆସୁଛି । ଏହି ଫିଲ୍ମର ଆଉ ମାତ୍ର ୨୦% ସୁଟିଂ ବାକି ରହିଛି । ରିୟାନା ୭ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିବା ବେଳେ ତାଙ୍କର ହିନ୍ଦୀ ହରର୍‌ ସିନେମା ‘ଆଇ ନୋ ୟୁ’ ଗତବର୍ଷ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ।

   Related Posts