ତାମିଲ୍ ସିନେମାରେ ଓଡିଆ ଝିଅ : ସୁପରଷ୍ଟାର ରଜନୀକାନ୍ତଙ୍କ ସହ କଲେ ଅଭିନୟ, ଜାନୁୟାରୀରେ ରିଲିଜ୍ ହେବ 'ଦରବାର'

Published By : Prameya-News7 Bureau | September 26, 2019 IST

ପାରଳାଖେମୁଣ୍ଡି ୨୬|୯: ତାମିଲ ସିନେମାରେ ଓଡ଼ିଆ ଝିଅ । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମରେ ପାରଳାଖେମୁଣ୍ଡିର ଦେବସ୍ମିତା ପଟ୍ଟନାୟକଙ୍କୁ ଦେଖିବାକୁ ମିଳିବ । ଆସନ୍ତା ଜାନୁୟାରୀରେ ରିଲିଜ୍ ହେବାକୁ ଥିବା 'ଦରବାର' ର ଏକ ଗୀତରେ ନଜର ଆସିବେ ଏଇ ନୃତ୍ୟଶିଳ୍ପୀ ଜଣକ ।

{"id":163024}

ଏକଥା ଜଣାପଡ଼ିବା ପରେ  ଦେବସ୍ମିତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଝିଅର ସଫଳତାକୁ ନେଇ ପରିବାରରେ ମଧ୍ୟ ଖୁସିର ଲହରୀ ଦେଖିବାକୁ ମିଳିଛି ।

{"id":163028}

ଦେବସ୍ମିତା ପଟନାୟକ । ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ  । ପାରଳାଖେମୁଣ୍ଡି ସହର ଅଙ୍କ ସାହିରେ ରୁହନ୍ତି । ତାମିଲ ଫିଲ୍ମରେ ନଜର ଆସିବେ ଏଇ ଓଡ଼ିଆ ଝିଅ । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ 'ଦରବାର' ର ଏକ ଗୀତରେ  ନାଚିଛନ୍ତି ଛାତ୍ରୀ ଜଣକ  । ଜାନୁଆରୀରେ ସିଲଭର ସ୍କ୍ରିନକୁ ଆସିବ ଦରବାର ।

{"id":163030}

 ଏ ଭିତରେ ଆଉ ଏକ ତାମିଲ ଫିଲ୍ମର ୨ଟି ଗୀତରେ ନାଚିବାର ସୁଯୋଗ ମିଳିଛି ଦେବସ୍ମିତାଙ୍କୁ । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଯେ କୌଣସି ଇଣ୍ଡଷ୍ଟ୍ରିରୁ ଅଫର ମିଳିଲେ କାମ କରିବେ ବୋଲି କହିଛନ୍ତି ଏହି ପ୍ରତିଭା ଜଣକ ।

{"id":163031}

 ପିଲା ଦିନକୁ ବାପା-ମାଙ୍କ ପ୍ରେରଣାରେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ ଦେବସ୍ମିତା । ଏବେ ମୁମ୍ବାଇରେ ରହି ନୃତ୍ୟ ଶିଖୁଛନ୍ତି ଏଇ ଛାତ୍ରୀ । ହଠାତ୍ ତାମିଲ ଫିଲ୍ମରୁ ଅଫର ମିଳିଲା । ହେଲେ କୌଣସି ନିଷ୍ପତ୍ତି ନେଇପାରିଲେନି ଦେବସ୍ମିତା । ଆଉ ଯେତେବେଳେ ଜାଣିଲେ ଏହା ରଜନୀକାନ୍ତଙ୍କ ଫିଲ୍ମ ବୋଲି ସେତେବେଳେ ନାଁ କରିବାକୁ ଆଉ ବାଟ ନଥିଲା ।

{"id":163033}

ଝିଅର ସଫଳତାରେ ପରିବାରର ସମସ୍ତେ ବେଶ୍ ଖୁସି । ତାମିଲ ଫିଲ୍ମରେ ନୃତ୍ୟ କରିବାର ସୁଯୋଗ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଜାଡି ହୋଇପଡ଼ୁଛି ଦେବସ୍ମିତାଙ୍କ ଉପରେ ।

{"id":163036}

ପ୍ରଖ୍ୟାତ ମ୍ୟୁଜିକ ଡାଇରେକ୍ଟର ଏଆର ରେହମାନଙ୍କ ଟିମ୍ ବିଦେଶରେ କରିବାକୁ ଥିବା ଏକ ଷ୍ଟେଜ ଶୋରେ  ମଧ୍ୟ ସାମିଲ ହୋଇଛନ୍ତି ଦେବସ୍ମିତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.