ଫୋନି ପୀଡିତଙ୍କୁ ସାହାଯ୍ୟ କରିବା ଲାଗି ଆମେରିକାରୁ ଛୁଟି ଆସିଲେ ଓଡିଆ ଝିଅ ଶତାବ୍ଦୀ

Published By : Prameya-News7 Bureau | June 04, 2019 IST

ବାଲିପାଟଣା ୪|୬: ସୁଦୂର ଆମେରିକାରେ ରୁହନ୍ତି ବାଲିପାଟଣା ବ୍ଲକ୍ ଆଇତଳଙ୍ଗ ଗ୍ରାମର୨୫ ବର୍ଷୀୟ ଯୁବତୀ ଶତାଦ୍ଧୀ ତ୍ରିପାଠୀ । ସୋସିଆଲ୍ ମିଡିଆରେ ବାତ୍ୟା ‘ଫୋନି’ର ଭୟବହତା ସମ୍ପର୍କରେ ଜଣିବାକୁ ପାଇଥିଲେ ଶତାବ୍ଦୀ । ସେ ଫୋନି ପୀଡିତଙ୍କୁ ନିଜ ଉଦ୍ୟମରେ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଲେ ।

{"id":119454}

ସେଥିପାଇଁ ଛୁଟିଆସିଲେ ଆମେରିକାରୁ ଆଇତଳଙ୍ଗ । ପୀଡିତ ଲୋକମାନଙ୍କୁ ସାହାଯ୍ୟ କରି ତାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ଶତାଦ୍ଧୀ । ଶତାଦ୍ଧୀ ଆଇତଳଙ୍ଗ ଗାଁ ସହ ଏହାର ଆଖପାଖ ଗାଁରେ ଫୋନି ପୀଡିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

{"id":119455}

ଏପରିକି କୋଣାର୍କ, ସତ୍ୟବାଦୀ, ବ୍ରହ୍ମଗିରି, ସାକ୍ଷୀଗୋପାଳ ଆଦି ଅଂଚଳରେ ଶତାଦ୍ଧୀ କାର୍ଯ୍ୟକରୁଥିବା ଯଶଓ୍ବା ପ୍ରଡକ୍ସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି । ଶତାଦ୍ଧୀଙ୍କୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ବେଶ୍ ପ୍ରସଂସା କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.