ୟୁଏନରେ ନିଯୁକ୍ତି ପାଇଲେ ଓଡିଆ ଝିଅ ବୈଶାଳୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
5/07/2020 at 7:56 PM

ପୁରୀ, ୦୫|୦୭: ପୁଣି ବିଶ୍ୱ ଦରବାରରେ ଚମକିଲେ ଓଡିଆ । ଓଡିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଗତ ୧ ତାରିଖରେ ସେ ଦାୟିତ୍ନ ଗ୍ରହଣ କରିଛନ୍ତି । ତେବେ ସେ ୨୦୧୬ରେ ବିଖ୍ୟାତ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୟୁଏନ ସିଭିଲ୍ ସର୍ଭିସରେ ଯୋଗ ଦେଇଥିଲେ । ବୈଶାଳୀ ୟୁଏନରେ ୨୦୧୮ ମସିହାରେ ଓଆଇଏମ୍ ଅଧିକାରୀ ଭାବେ ରୋହିଙ୍ଗ୍ୟାଙ୍କ ପାଇଁ କାମ କରୁଥିଲେ ।
Congratulate Baisali Mohanty on being appointed as United Nations Policy Officer. She joins an illustrious list of Indian women who are breaking many glass ceilings across the world. We wish her the best for her tenure. #SheLeadshttps://t.co/i4acXZwFXH
— CMO Odisha (@CMO_Odisha) July 5, 2020
ବୈଶାଳୀ ରାଜ୍ୟର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଧାବିନୋଦ ମହାନ୍ତି । ସେ ଜଣେ ପୂର୍ବତନ ମୁଖ୍ୟ ଯନ୍ତ୍ରୀ । ତାଙ୍କ ମାଆ ହେଲେ ଲେଖିକା ତଥା ସାମାଜିକ କର୍ମୀ ମାନସୀ ମହାନ୍ତି । ସେ ପୁରୀର ବ୍ଲେସଡ୍ ସେକ୍ରାମେଣ୍ଟ ସ୍କୁଲ ଓ ପରେ କିଟ୍ ଇଣ୍ଟରନାଶନାଲ୍ ସ୍କୁଲରୁ ପାଠ ପଢିଥିଲେ । ଏହାପରେ ସେ ଦିଲ୍ଲୀର ଶ୍ରୀରାମ କଲେଜରେ ଗ୍ରାଜୁଏସନ୍ ପାସ୍ କରିଥିଲେ ।
ତେବେ ବୈଶାଳୀଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ କହିଛନ୍ତି ଯେ, ବୈଶାଳୀଙ୍କୁ ୟୁଏନରେ ଦାୟିତ୍ୱ ମିଳିଥିବାରୁ ଧନ୍ୟବାଦ । ସେ ଭାରତୀୟ ମହିଳା ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି ।