Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଡାନ୍ସ ଦିୱାନୀ-୩ରେ ଓଡ଼ିଆ ଝିଅ ଅରୁନ୍ଧତୀଙ୍କ ଚମତ୍କାର ପ୍ରଦର୍ଶନ, ମାଧୁରୀ ଦୀକ୍ଷିତ କହିଲେ…

25/04/2021 at 4:30 PM

କଟକ ୨୫/୦୪ : କଲର୍ସ ଟିଭିରେ ପ୍ରସାରିତ ରିୟାଲିଟି ଶୋ’ରେ ଓଡ଼ିଆ ଝିଅ ଅରୁନ୍ଧତୀ ଗଡ଼ନାୟକଙ୍କ ଚମତ୍କାର ନୃତ୍ୟୁ ପରିବେଷଣ ଦର୍ଶକଙ୍କୁ ବିମୁଗ୍ଧ କରିଛି। ୨୩ ବର୍ଷୀୟ ଅରୁନ୍ଧତୀଙ୍କ ଚିତାକର୍ଷକ ନୃତ୍ୟ ଉପସ୍ଥିତ ବିଚାରକ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନୃତ୍ୟୁ ଗୁରୁ ରେମୋ ଡି’ ସୌଜା, ଧର୍ମେଶ ଓ ରାଘବ ଜୁୟଲଙ୍କୁ ଅଭିଭୂତ କରିଦେଇଥିଲା। ଅରୁନ୍ଧତୀଙ୍କ ପ୍ରଶଂସା କରିବାକୁ ଯାଇ ମାଧୁରୀ ‘ତୁମ ନୃତ୍ୟ ମୋ ହୃଦୟର ସ୍ପନ୍ଦନ’ ବୋଲି କହିଥିଲେ। ଅନ୍ୟ ୩ ବିଚାରକଙ୍କ ପ୍ରଶଂସା ଅରୁନ୍ଧତୀଙ୍କ ସମେତ ତାଙ୍କ ହଜାର ହଜାର ପ୍ରଶଂସକଙ୍କୁ ଉତ୍ଫୁଳିତ କରିଛି।

ପିଲାଟି ଦିନରୁ ନୃତ୍ୟ ପ୍ରତି ରୁଚି ରଖିଥିବା ଅରୁନ୍ଧତୀ ଖ୍ୟାତନାମା ନୃତ୍ୟଶିଳ୍ପୀଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିବା ପରେ ସେ ପୁନର୍ବାର ଆଉ ମଞ୍ଚକୁ ଫେରି ପାରିବେନି ବୋଲି ଆଶଙ୍କା କରିଥିଲେ। କିନ୍ତୁ ଦୃଢ ଇଛାଶକ୍ତି ଓ ସଂକଳ୍ପ ଯୋଗୁଁ ପୁନର୍ବାର ସେ ନିଜ ପ୍ରତିଭାର ପରାକାଷ୍ଠା ଜାତୀୟ ମଞ୍ଚରେ ପ୍ରତିପାଦିତ କରିପାରିଛନ୍ତି।

କଲର୍ସ ଟିଭିରେ ପ୍ରସାରିତ ଡାନ୍ସ ଦିୱାନୀ-୩ ରେ ଅରୁନ୍ଧତୀଙ୍କ ନିଖୁଣ ନୃତ୍ୟ କେବଳ ବିଚାରକଙ୍କ ମନ ମୋହିନୀ ବରଂ ଲକ୍ଷ ଲକ୍ଷ ଦର୍ଶକଙ୍କୁ ମଧ୍ୟ ବିସ୍ମିତ କରିଛି। ଏକ ନୃତ୍ୟ ଆଧାରିତ ଚଳଚିତ୍ରରେ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳିବ ବୋଲି ଅରୁନ୍ଧତୀଙ୍କ ନୃତ୍ୟଗୁରୁ ଘୋଷଣା କରିଛନ୍ତି।

   Related Posts