Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

୫ ବର୍ଷ ବୟସରେ ସୋଲୋ ପେଣ୍ଟିଂ ପ୍ରଦର୍ଶନୀ କରି ଚର୍ଚ୍ଚାକୁ ଆସିଥିଲେ ଐଶ୍ବର୍ଯ୍ୟା, ଋଷ୍ ଚଳଚ୍ଚିତ୍ରରେ ମିଳିଥିଲା ପ୍ରଥମ ବ୍ରେକ୍

16/10/2020 at 1:32 PM

ଭୁବନେଶ୍ବର ୧୬।୧୦: ଅବନିନ୍ଦ୍ର କୁମାର ବେହେରା, ମମତା ବେହେରାଙ୍କ ଝିଅ ଐଶ୍ବର୍ଯ୍ୟା (ମୁନ୍‌ମୁନ୍‌)ଙ୍କ ଛୋଟ ବେଳୁ ଅଭିନେତ୍ରୀ ହେବାର ସ୍ବପ୍ନ ଥିଲା । ପିଲା ବେଳୁ ବିଭିନ୍ନ ମଞ୍ଚରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସେ ବହୁବାର ପୁରସ୍କୃତ ହୋଇଛନ୍ତି । ୫ ବର୍ଷ ବୟସରେ ୧୮ଶହ ସୋଲୋ ପେଣ୍ଟିଂର ପ୍ରଦର୍ଶନୀ କରି ଚର୍ଚ୍ଚାକୁ ଆସିଥିଲେ । କଲେଜ ପଢା ବେଳେ ଏକ ରୁଷୀୟ ଚଳଚ୍ଚିତ୍ରରେ ତାଙ୍କୁ ବ୍ରେକ୍‌ ମିଳିଥିଲା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଚରିତ୍ରରେ । ଅଡିସନ୍‌ ପରେ ରୁଷୀୟ ଚଳଚ୍ଚିତ୍ର ‘ଏଲିକ୍ସିରୋ ଅଫ୍‌ ଇର୍ମୋଟାଲିଟି’ ପାଇଁ ସିଲେକ୍ଟ ହୋଇଥିଲେ । ଏଥିସହିତ ସେ ‘ଇଣ୍ଡିଆନ୍‌ ଆଇଡଲ୍‌’, ‘ରାଇଜିଂ ଷ୍ଟାର୍‌’, ‘ମାଷ୍ଟର ସେଫ୍‌’ ଆଦି ରିୟଲିଟି ସୋ’ର ଅଡିସନ୍‌ ମ୍ୟାନେଜମେଣ୍ଟ୍‌ କରିଛନ୍ତି ।

୨୦୧୫ରେ ‘କେବିସି କମେଡି’ ଓଡ଼ିଆ ଧାରାବାହିକ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ‘ସାଧବ ବୋହୂ’, ‘ମୋ ଜେଜେମା’, ‘ଭାଇ ସବୁ ରାଜନୀତି’, ଏସିପି ନିକିତା’ ଏବଂ ‘ମିଷ୍ଟର ନନ୍‌ସେନ୍ସ’ରେ ତାଙ୍କର ଇନ୍ସପେକ୍ଟର ଗୁଗ୍‌ଲି ଚରିତ୍ରକୁ ଦର୍ଶକ ଆଜିଯାଏ ଭୁଲି ପାରିନାହାନ୍ତି । ସେହିପରି ଓଲିଉଡରେ ‘ତୋ ପ୍ରେମରେ ପଡ଼ିଲା ପରେ’, ‘ଯୋଗୀ’, ‘ସୁନ୍ଦରଗଡ଼ର ସଲ୍‌ମାନ୍‌ ଖାନ୍‌’, ‘ଇସ୍କ୍‌ ପୁଣି ଥରେ’, ‘ଚାଲ ଟିକେ ଦୁଷ୍ଟ ହେବା’, ‘ପ୍ରେମରେ ରଖିଛି ଶହେରୁ ଶହେ’ ଆଦି ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ବାହାବା ସାଉଣ୍ଟିଛନ୍ତି ।

   Related Posts