ଆସନ୍ତାକାଲି ପରଦା ଉପରକୁ ଆସୁଛି ଫିଲ୍ମ ‘ସାଥୀ ତୁ ଫେରିଆ’ ; ଲିଡ୍ ରୋଲ୍‌ରେ ଜ୍ୟୋତି-ଅନୁଭା

Published By : Prameya-News7 Bureau | November 22, 2018 IST

ଭୁବନେଶ୍ବର ୨୨|୧୧:  ମା’ ପୁଅର ସଂପର୍କକୁ ନେଇ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ସାଥୀ ତୁ ଫେରିଆ’ ଆସନ୍ତାକାଲି ପରଦା ଉପରକୁ ଆସୁଛି । ମା’ ପୁଅର ସମ୍ପର୍କ ସହ ଲଭ୍, ଇମୋଶନ, ଆକ୍ସନ, କମେଡିର ଭରପୁର ମଜା ଉଠାଇବେ ଦର୍ଶକ । ଫିଲ୍ମରେ ମାଙ୍କୁ ମୁରବୀ ଭୂମିକାରେ ଦେଖିବାକୁ ମିଳିଛି । ଘର ଚଳାଇବାଠାରୁ ଆରମ୍ଭ କରି ପିଲାଙ୍କୁ ବଡ କଲା ପର୍ଯ୍ୟନ୍ତ ସବୁ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଛି । ସାଇଶ୍ରଦ୍ଧା ପ୍ରଡକ୍ସନ ଓ ଜୀ-ସାର୍ଥକର ସହଯୋଗରେ ନିର୍ମିତ ଏହି ଓଡିଆ ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ ବରିଷ୍ଠ ତଥା ଅଭିଜ୍ଞତା ସମ୍ପନ୍ନ ଅଭିନେତ୍ରୀ ମହାଶ୍ବେତା ରାୟ । ଫିଲ୍ମରେ ଜ୍ୟୋତି ନାୟକଙ୍କୁ ନାୟକ ଚରିତ୍ରରେ ଦେଖିବାକୁ ମିଳିବ । ନାୟିକା ଭୂମିକାରେ ଅନୁଭା ସୌର୍ଯ୍ୟାଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ଯୋଡି ଭାବେ ଜ୍ୟୋତି-ଅନୁଭାଙ୍କୁ ଦେଖିବାକୁ ମିଳିବ ।ଫିଲ୍ମରେ ଜ୍ୟୋତି, ଅନୁଭାଙ୍କ ଭରପୁର ରୋମାନ୍ସ ରହିଛି, ଯାହାକୁ ଦର୍ଶକ ମନଭରି ଉପଭୋଗ କରିବେ । ଏଥିରେ ଜ୍ୟୋତିଙ୍କୁ ଡନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମଟିର ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ନିହାର ସାମଲ ଓ ବିନି ସାମଲ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସୁଧାକର ବସନ୍ତ । କାହାଣୀ ସହ ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଫିଲ୍ମର କାହାଣୀ ଅନୁସାରେ ସଙ୍ଗୀତ ମଧ୍ୟ ଭଲ ରହିଛି । ଯାହାର ସ୍ବର ସଂଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି ପ୍ରେମ ଆନନ୍ଦ ।  କ୍ରିଏଟିଭ ହେଡ୍ ଭାବେ ପ୍ରଣୟ ଜେଠୀ ରହିଛନ୍ତି । ଅଭିନୟରେ ଶୁଭାଶିଷ ଶର୍ମା, ଅନୀଷା, ପିଣ୍ଟୁନନ୍ଦ, ଶ୍ରୀତମ ଦାସ, ପ୍ରଜ୍ଞା, ରାଜୀବ ମହାନ୍ତି ପ୍ରମୁଖ କଳାକାରଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଏଥିରେ ସଂଯୋଜିତ ‘ତୋ ଘାଗରା ଉପରେ ଚୋଲି, ଚୋଲି ତଳେ ଘାଘରା’ ଗୀତଟି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି । ଗୀତଟିରେ କଣ୍ଠଦାନ କରିଛନ୍ତି ଆଶିତୋଷ ଓ ଦୀପ୍ତିରେଖା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.