ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କେଶବ ରାଉତଙ୍କ ଦେହାନ୍ତ, ଓଲିଉଡ୍‌ରେ ଶୋକର ଛାୟା

Published By : Prameya-News7 Bureau | June 30, 2019 IST

କଟକ ୩୦|୬: ବରିଷ୍ଠ ସିନେ ନିର୍ମାତା ଓ ନିର୍ଦ୍ଦେଶକ କେଶବ ଚନ୍ଦ୍ର ରାଉତଙ୍କ ତାଙ୍କ କଟକ ଶଙ୍କରପୁର ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ କେଶବ ରାଉତଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଆଜି ପୂର୍ବାହ୍ନ ୧୨ଟା ୫ ମିନିଟ୍ ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":128906}

କେଶବ ରାଉତ ୧୯୮୨ ମସିହାରେ ଓଡିଆ ସିନେ ଜଗତରେ ପାଦ ଦେଇଥିଲେ । ତାଙ୍କ ଦ୍ବାରା ନିର୍ମିତ ସୁନା ପଞୁରୀ, ଭୀଷ୍ମ ପ୍ରତିଜ୍ଞା, ସୁନା ହରିଣୀ ଓ ସୁନା ସଂସାର ଓଡିଆ ସିନେ ପ୍ରେମୀଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା । ତାଙ୍କ ବିୟୋଗ ଓଡିଆ ସିନେ ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା । ୧୯୭୨ ମସିହାରେ କେଶବ ରାଉତ କଟକ ମ୍ୟୁନିସିପାଲିଟିକୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.