ପ୍ରେମରେ ରଖିଛି ଶହେରୁ ଶହେ : ରିଆ ଏବଂ ଜ୍ୟୋତି କଲେ ଘାଇଲା

Published By : Prameya-News7 Bureau | February 10, 2019 IST

ଭୁବନେଶ୍ବର ୧୦|୨: ପରଦାକୁ ଆସିଲା ରାସେଶ୍ବରୀ ଏଣ୍ଟରଟେନମେଣ୍ଟ ନିବେଦିତ ଭିନ୍ନ ସ୍ବାଦର ଓଡିଆ ଚଳଚ୍ଚିତ୍ର ପ୍ରେମରେ ରଖିଛି ଶହେରୁ ଶହେ । ସଞ୍ଜୟ ନାୟକ ନିର୍ଦେଶିତ ଫିଲ୍ମଟି ସମ୍ପୂର୍ଣ୍ଣ ପ୍ରେମ କାହାଣୀକୁ ନେଇ ଗତିଶୀଳ ହେ।ଇଛି । ସେପଟେ ରିଆ ଏବଂ ଜ୍ୟେତିଙ୍କ କ୍ୟାମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

ବଡ ପରଦାରେ ପ୍ରେମରୁ ରଖିଚି ଶହେରୁ ଶହେ । ହଲରେ ଦର୍ଶକଙ୍କ ଖଚାଖଚ୍ ଭିଡ । କାରଣ ଫିଲ୍ମର କାହାଣୀ ହିଁ ସେମିତି । ପ୍ରେମକୁ ନେଇ ପୂର୍ବରୁ ଅନେକ କାହାଣୀ ଥିଲେ ବି ଏ ଫିଲ୍ମରେ କିଛି ଅଲଗା କରିବାକୁ ଚେଷ୍ଟା କରିଛନ୍ତି ନିର୍ଦେଶକ ସଞ୍ଜୟ ନାୟକ । ପ୍ରେମ ପ୍ରେମ ଆଉ ପ୍ରେମ । ନାୟକ, ନାୟିକାଙ୍କ ବ୍ୟତିତ ଅନ୍ୟ ଚରିତ୍ରଙ୍କୁ ଫିଲ୍ମରେ ସ୍ଥାନ ଦେଇନାହାନ୍ତି ନିର୍ଦେଶକ । ଲିଡ ରେ।ଲରେ ଜ୍ୟେତି ଆଉ ରିଆ ଥିବା ବେଳେ ଉଭୟଙ୍କର ଡବଲ ରେ।ଲ ଦେଖିବାକୁ ମିଳିଛି ।

ରାସେଶ୍ବରୀ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରଟି ସଂସ୍ଥାର ଅଷ୍ଟମ ଅବଦାନ । ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲ୍ଲୀପ କୁମାର ଦାଶ ଏହାର ପ୍ରଯେ।ଜନା ଦାୟିତ୍ବ ତୁଲାଇଥିବା ବେଳେ ମଳୟ ମିଶ୍ର ଗୀତ ଲେଖିଛନ୍ତି । ଫିଲ୍ମରେ ହ୍ୟୁମାନ ସାଗର, ଇରା ମହାନ୍ତି, ତାରିକ୍ ଅଜିଜଙ୍କ କଣ୍ଠରେ ପ୍ରାୟ ଆଠଟି ଭିନ୍ନ ସ୍ବାଦର ଗୀତ ଦେଖିବାକୁ ପାଇବେ ଦର୍ଶକ । 

ପ୍ରେମର କଥାବସ୍ତୁକୁ ନେଇ ରୂପେଲି ପରଦାରେ ଚାଲୁଥିବା ଆଉ ଦୁଇଟି ଚଳଚ୍ଚିତ୍ର ସହ ଏହି ଫିଲ୍ମର ମୁକାବିଲା ହେବ । ତେବେ ବକ୍ସ ଅଫିସରେ ଏହି ଭିନ୍ନ ସ୍ବାଦର ଚଳଚ୍ଚିତ୍ରଟି ହିଟ୍ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.